ଢେଙ୍କାନାଳ,(ଶୁଭମ ପାଣି):ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଚତୁର୍ଥ ସନ୍ଧ୍ୟା । ଢେଙ୍କାନାଳ ବାଜିଚୈକ ସ୍ଥିତ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଜି ଚତୁର୍ଥ ଦିବସରେ ମୁଖ୍ୟଅତିଥି ଭାବେ ଯୁବରାଜ ଅମରଜ୍ୟୈତି ସିଂଦେଓ,ସମ୍ମାନିତ ଅତିଥି ସାମ୍ବାଦିକ ଅରବିନ୍ଦ ସାହୁ ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଦିପକ ପ୍ରସାଦ ପଟ୍ଟନାୟକ ବରିଷ୍ଠ ଆଇନଜୀବି ଉପସ୍ଥିତ ରହି ଚତୁର୍ଥ ସନ୍ଧ୍ୟାକୁ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଯୁବରାଜ ଅମରଜ୍ୟୈତି ସିଂଦେଓ କହିଛନ୍ତି ଶ୍ରୀ ଗୁଣ୍ଡିଚା ଯେତେଦିନ ପଯ୍ୟନ୍ତ ଚାଲିବ ଏହି ଭଜନ ସମାରୋହ ସେତେଦିନ ଚାଲିବ। ସାମ୍ବାଦିକ ଅରବିନ୍ଦ ସାହୁ ଅନୁଷ୍ଠାନ ସହଯୋଗରେ ଶହେ ବର୍ଷ ପୁରିବ ବୋଲି କହିଛନ୍ତି।ଚତୁର୍ଥ ଦିବସରେ କଣ୍ଠଶିଳ୍ପୀ ଶାନ୍ତିସ୍ବରପ୍ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଚତୁର୍ଥ ସନ୍ଧ୍ୟା ରେ ସୁରସଙ୍ଗମ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରିଥିଲେ। ଲକ୍ଷ୍ମୀପ୍ରସାଦ (ଆହେ ନୀଳ ଶଇଳ) ଶାନ୍ତିସ୍ବରପ (ଆରେ ତୁ ମୋ କଳା ପାରା) ଶ୍ରେୟା ଶ୍ରୀ (କସ୍ତୁରୀ ଚହଟିବଲୋ) ଅଞ୍ଜଳି (ଗିତ ଗୋବିନ୍ଦ ରସିଆ) । ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସମ୍ପାଦକ ମହମ୍ମଦ ସାଗରି, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ମଞ୍ଚ ପରିଚାଳନା ଅବନୀ କୁମାର ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂଗ୍ରାମ କେଶରୀ ପାଣି ଏବଂ କମିଟି ର ସମସ୍ତ ସଦସ୍ୟଙ୍କ ଉପସ୍ଥିତ ରେ ଏହି ସମାରୋହ ଉତ୍ସବ ପାଳିତ ହୋଇଯାଇଛି। ଅତିଥିମାନେ କହିଥିଲେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଗକୁ ଆହୁରି ଉତ୍ତରାତ୍ତର ଉନ୍ନତି କରୁ।