ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଦିତୀୟ ସନ୍ଧ୍ୟା

ଢେଙ୍କାନାଳ,(ଶୁଭମ ପାଣି):ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଦିତୀୟ ସନ୍ଧ୍ୟା । ଢେଙ୍କାନାଳ ବାଜିଚୈକ ସ୍ଥିତ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଜି ଦିତୀୟ ଦିବସରେ ମୁଖ୍ୟଅତିଥି ଭାବେ ପୈାର ଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ବାବା ସଦାନନ୍ଦଜୀ ମହାରାଜ, କିଷାନ ବିଶ୍ବାଳ ଆଡଭୋକେଟ ଉପସ୍ଥିତ ରହି ଦିତୀୟ ସନ୍ଧ୍ୟାକୁ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ। କୁମାର ମିଲୁ ଓ ପ୍ରଦିପ ଭାଇ ଦୁଇ ଜଣ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଦିତୀୟ ଦିବସରେ ଭକ୍ତିଶ୍ରଦ୍ଧା ଭଜନ ସନ୍ଧ୍ୟା ପକ୍ଷରୁ କଳାକାରମାନେ ଭଜନ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ପ୍ରଦିପ ଭାଇ (ଗୁଣ୍ଡିଚାରାଣୀ ଲୋ), ଅନନ୍ୟା ପ୍ରିୟଦର୍ଶିନୀ (ତୁ ଚଉରା ମୁଁ ତୁଳସୀ), କୁମାର ମିଲୁ(ମା ପରି କିଏ ହେବ), କୁମାର ସାନୁ(ଜୟ ଜୟ ଜଗନ୍ନାଥ), ପ୍ରିତିସ୍ବରୂପା(ତୋର ରତ୍ନ ସିଂହାସନ ତଳେ ବସିଛି) ଭଜନ ପରିବେଷଣ କରିଥିଲେ।ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସମ୍ପାଦକ ମହମ୍ମଦ ସାଗରି, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ମଞ୍ଚ ପରିଚାଳନା ଅବନୀ କୁମାର ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ରୁଦ୍ରାନ୍ତ କୁମାର ଦଳେଇ ଏବଂ କମିଟି ର ସମସ୍ତ ସଦସ୍ୟଙ୍କ ଉପସ୍ଥିତ ରେ ଏହି ସମାରୋହ ଉତ୍ସବ ପାଳିତ ହୋଇଯାଇଛି। ଅତିଥିମାନେ କହିଥିଲେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଗକୁ ଆହୁରି ଉତ୍ତରାତ୍ତର ଉନ୍ନତି କରୁ।