ଢେଙ୍କାନାଳ,୦୪.୦୭(ଶୁଭମ ପାଣି):୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଢେଙ୍କାନାଳ ବନଖଣ୍ଡ ବିଭାଗ ସହଯୋଗରେ ଜିଲ୍ଲାରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଅସ୍ଥିତ ଋତୁରାଜ ମଣ୍ଟଫର୍ଟ ସ୍କୁଲ ନିକଟସ୍ଥ ଔଷଧୀୟ ଉଦ୍ୟାନଠାରେ ବୃକ୍ଷରୋପଣ କରିଥିଲେ । ସୁସ୍ଥ ଏବଂ ନିରାମୟ ଜୀବନ ଯାପନ ନିମନ୍ତେ ବ୍ୟାପକ ବୃକ୍ଷରୋପଣ ସହିତ ବନାଞ୍ଚଳ ସୃଷ୍ଟି ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏଥିପାଇଁ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଆରକ୍ଷୀ ଅଧୀକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପଦ, ସଦର ଏସ.ଡି.ପି.ଓ. ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ସଦର ବିଡିଓ ଆୟୁଷୀ ମହାପାତ୍ରଙ୍କ ସମେତ ଫରେଷ୍ଟ ରେଞ୍ଜ ଅଫିସର, ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜରଭେଟର ଏବଂ ବନଖଣ୍ଡର କର୍ମଚାରୀମାନେ ବୃକ୍ଷରୋପଣ କରିଥିଲେ । ଢେଙ୍କାନାଳ ଜିଲ୍ଲାକୁ ଅଧିକ ସବୁଜ ସୁନ୍ଦର କରି ଗଢିତୋଳିବା ନିମନ୍ତେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆଗେଇ ଆସିବାକୁ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ବିଡିଓ ପତାକା ଦେଖାଇ ୨ ଟି ଚାରା ବିକ୍ରୟ ଯାନ ପରିକ୍ରମାର ଶୁଭାରମ୍ଭ କରିଥିଲେ ।