କଲ୍ ଭର୍ଟ ମାଟି ପକାଇ ପୋତିଦେଲେ,ଜଳ ନିଷ୍କାସନ ବାଧା ପ୍ରାପ୍ତ

ଠାକୁରଗଡ଼,୨୯.୦୬(ବୁଲୁ ଦଳେଇ):ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉପକଣ୍ଠ ସରସ୍ଵତୀ ଶିଶୁ ମନ୍ଦିର ଠାରୁ ବାସୁଦେବ ପୁର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ପୁରୁଣା ପାଣି ଗାଁ ରେ ଏକ କଲ୍ ଭର୍ତ କୁ ଜଣେ ଜମି ମାଲିକ ପଥର ଓ ମାଟି ପକାଇ ପୋତି ଦେଇଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସାହୁ, ମୋହନ ବିଶ୍ଵାଳ, ଗଣେଶ୍ୱର ବିଶ୍ଵାଳ, ଚକ୍ରଧର ବିଶ୍ୱାଳ ଙ୍କ ସମେତ ଅଭିଯୋଗ କରି ଛନ୍ତି ଯେ, ଏହି କଲ୍ ଭର୍ଟ୍ ଦେଇ ପାହାଡିଆ ପାଣି ତଳେ ଥିବା ପଞ୍ଚାୟତ ପୋଖରୀ ରେ ଜମା ହେଉଥିଲା। ଫଳରେ ଗ୍ରାମବାସୀ ମାଛ ଚାଷ କରି ଦୁଇ ପଇସା ରୋଜଗାର କରୁଥିଲେ। କଲ୍ ଭର୍ତ୍ ବନ୍ଦ୍ ହେବା ପରେ ପୋଖରୀରେ ପାଣି ନ ପହଞ୍ଚି ରାସ୍ତା ରେ ବୋହିବ ଓ ରାସ୍ତା ଖୁବ୍ ଶୀଘ୍ର ନଷ୍ଟ ହୋଇ ଯିବ। ଆମେ ୟେ ବିଷୟରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଅକ୍ଷୟ କୁମାର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ଯେ, ଜଣେ ଜମି ମାଲିକ କଲ୍ ଵର୍ତ୍ ବନ୍ଦ୍ କରି ପାରିବେ ନାହିଁ। ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ କାଶୀନାଥ ମଲ୍ଲିକ କହିଛନ୍ତି ଏହାର ଖୁବ୍ ଶୀଘ୍ର ସମାଧାନ କରାଯିବ।

https://biplabnews.com/wp-content/uploads/2024/06/WhatsApp-Video-2024-06-29-at-18.17.28_e08a67cb.mp4