ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଢେଙ୍କାନାଳ,(ଶୁଭମ ପାଣି):ଅଦ୍ଯ ତା ୩୧.୫.୨୦୨୪.ରିଖ ଶୁକ୍ରବାର ରେ ଢେଙ୍କାନାଳ ଜିଲ୍ଲା ପୈ।ରାଞ୍ଚଳର ୨ନମ୍ବର ward ରେ ଅବସ୍ଥିତ ଡ଼ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ର ପରିଚାଳନା କମିଟି ର ପୂର୍ବତନ ସଭାପତି ତଥା ଶିକ୍ଷାବିତ୍ ଡ଼ ଭବାନୀ ଶଙ୍କର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଲେଖିକା ତଥା ସୁଦୂର ଆମେରିକାରେ ବାସ କରୁଥିବା ଡ଼ ଶିତିକଣ୍ଠ ଦାଶ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ କଳ୍ପନା ମୟୀ ଦାଶ ଯୋଗ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ବିଦ୍ୟାଳୟ ପ୍ରତି ତାଙ୍କର ମହାନ୍ ଅବଦାନ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରଶାନ୍ତ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ରବୀନ୍ଦ୍ର ମଲ୍ଲିକ ଅବସରପ୍ରାପ୍ତ ଏଲ୍ ଆ ସି ଅଫିସର, ଶ୍ରୀଯୁକ୍ତ ଗୁରୁଚରଣ ପାତ୍ର ପରିଚାଳନା କମିଟି ସଭ୍ୟ, ଶ୍ରୀଯୁକ୍ତ କାହ୍ନୁଚରଣ ସାହୁ ଛାତ୍ର ଅଭିଭାବକ, ଶ୍ରୀଯୁକ୍ତ ଶୁଭେନ୍ଦୁ ମହାପାତ୍ର ପରିଚାଳନା କମିଟି ର ସଭାପତି ତଥା ଓଷ୍ଟା ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଭୁତି ସାମଲ ପ୍ରଭୃତି ଯୋଗ ଦେଇ ଶ୍ରୀମତୀ ମିଶ୍ର ଙ୍କର ବିଦ୍ୟାଳୟ ପ୍ରତି ଅବଦାନ , ତାଙ୍କର ନିଷ୍ଠା, ତ୍ୟାଗ ଉପରେ ଆଲୋଚନା କରିବା ସହ ତାଙ୍କ ର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ହରପ୍ରିୟା ସାହୁ ଅବିନାଶ ସାମଲ ପ୍ରଭୃତି ପ୍ରଧାନ ଶିକ୍ଷୟିତ୍ରୀ ଙ୍କର ପ୍ରଶସ୍ତି ଗାନ କରି ବିଦାୟକାଳୀନ ସଙ୍ଗୀତ ଗାନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମ ଚାରୀ ମାନେ ନିଜର ବକ୍ତବ୍ୟ ରଖି ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ନିଜ ବକ୍ତବ୍ୟରେ ସମସ୍ତେ ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ ହେଲେ ନିଶ୍ଚୟ ଉନ୍ନତି ପଥରେ ଆଗେଇ ଯାଇ ପାରିବେ ବୋଲି କହିଥିଲେଓ ନିଜର ସ୍ବ ହସ୍ତ ଲିଖିତ ବିଦାୟ କାଳୀନ କବିତା ପାଠ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ସରଳା ସାହୁ ମଧ୍ୟ ବିଦାୟକାଳୀନ ସଙ୍ଗୀତ ଗାନ କରି ଦୁଃଖ ଭରା ପରିବେଶ ସୃଷ୍ଟି କରିଥିଲେ। ଶେଷରେ ଶ୍ରୀମତୀ ମିଶ୍ର ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ତଥା ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଉପଢ଼ୌକନ ପ୍ରଦାନ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ସଭା ସାଙ୍ଗ କରିଥିଲେ।