ଆଜି ଠାରୁ ମଦନମୋହନଙ୍କ ପାଞ୍ଚଦିନ ବେଶ ଆରମ୍ଭ

ଢେଙ୍କାନାଳ,୨୬.୦୫(ଶୁଭମ ପାଣି):ଢେଙ୍କାନାଳ ଭାଗୀରଥି ସାଗର କୂଳରେ ଥିବା ଚନ୍ଦନ ବେଦିରେ ୨୧ ଦିନ ଧରି ଚନ୍ଦନଯାତ୍ରା ଚାଲିଥିବା ସମୟରେ ଶେଷ ପାଞ୍ଚଦିନ ବିଭିନ୍ନ ପ୍ରକାର ବେଶ ମଦନମୋହନଙ୍କୁ କରାଯାଏ। ଆଜି ବେଶର ପ୍ରଥମ ଦିବସରେ ଚନ୍ଦନ ବେଦିରେ ଗରୁଡ ଗୋବିନ୍ଦ ବେଶ ମଦନମୋହନଙ୍କୁ କରାଯାଇଥିଲା। ପାଞ୍ଚ ଦିନ ଧରି ଏହି ବେଶ ଚାଲୁ ରହିବ। ପୂଜକ ମଳୟ କର ପାଳିଆସେବକ ବାବାଜୀ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା।