ଆଠମଲ୍ଲିକ,(ବୁଲୁ ଦଳେଇ):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ତାବଡା ଗ୍ରାମ ରାମ ମନ୍ଦିର ଠାରୁ ବାଇକ୍ ରାଲିରେ ବାହାରି ଆନନ୍ଦପୁର ଖଯୁରିଯୋଡା ଠାକୁର ଗଡ ସଦାନନ୍ଦପୁର ହତାସିମିଳୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଶତାଧିକ କର୍ମୀ ବାଇକ୍ ରାଲିରେ ଯୋଗ ଦେଇଥିଲେ। ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ । ହତାଶୀମିଳୀ ହନୁମାନ ମନ୍ଦିର ରେ ବିଜୟଲାଭ କରିବା ପାଇଁ ଆଶିଷ ଭିକ୍ଷା କରିଥିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ପ୍ରାର୍ଥୀ ନଳିନି କାନ୍ତ ପ୍ରଧାନ। ସବୁ ଗାଁ ରେ ମା ମାନେ ସ୍ବାଗତ କରିବା ସହିତ ଆଶୀର୍ବାଦ ଦେଇଥିଲେ। ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ତାଙ୍କ ଭାଷଣରେ କହିଥିଲେ ଯେ ଯୋଡ଼ି ଶଙ୍ଖ ଭାରି ଭଲ। ଯୋଡ଼ି ଶଙ୍ଖରେ ଭୋଟ ଦିଅନ୍ତୁ ଓ ଓଡ଼ିଶାର ବିକାଶ କରନ୍ତୁ। ମୁ ଆଗରୁ ଗୁଣ୍ଡୁଚି ମୂଷା ସଦୃଶ କାମ କରୁଥିଲି ମୁଁ ଜିତିଲେ ଅଧୁରା କାମକୁ ସଂପୂର୍ଣ୍ଣ କରିବି।