ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଅଠରବାଟିଆ, ବଡ଼କୂଳ, ଡ଼ୁଙ୍ଗମାଳ ପଞ୍ଚାୟତ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ହଜାର ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବାଇକ ରାଲି କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର,ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ପାତ୍ର କହିଥିଲେ ଯେ,ପୁରୀ ଲୋକସଭା କ୍ଷେତ୍ର ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଚ଼ିଲିକା ର ପୁନରୁଦ୍ଧାର ଓ ମତ୍ସ୍ୟ ଉତ୍ପାଦନ କୁ ବହୁ ଗୁଣିତ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ବାଲୁଗାଁ ର ସାମଗ୍ରିକ ଉନ୍ନତି କରିବା ପାଇଁ କହିଥିଲେ।ଏଥିପାଇଁ ଚ଼ିଲିକା କୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ କହିଥିଲେ ଯେ, ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତ କୁ ପାଣି,ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ସଶକ୍ତ, ସମୃଦ୍ଧ, ବିକଶିତ ଚ଼ିଲିକା ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ମତ୍ସ୍ୟଜୀବୀଙ୍କ ମାନଙ୍କ ବିକାଶ ପାଇଁ ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର କ୍ଷେତ୍ରର ବିକାଶ କରିବା ପାଇଁ କହିବା ସହ ବାଲୁଗାଁ କୁ ଏକ ନୂତନ ବିକାଶର ଦିଗ ଦେଇ ସମସ୍ତେ ଯେପରି ନିଜ ଘର ପାଖେ ରହି ରୋଜଗାରକ୍ଷମ ହୋଇପାରିବେ,ତାହା ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏହି ରାଲିରେ ଚ଼ିଲିକା ଭାଜପା ପ୍ରଭାରୀ ଶ୍ରୀ ବିକାଶ ପଟ୍ଟନାୟକ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ବଡ଼କୂଳ ମଣ୍ଡଳ ଭାଜପା ସଭାପତି ଶ୍ରୀ ଦିଲ୍ଲିପ ମହାନ୍ତି, ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ଶ୍ରୀ ନିରଞ୍ଜନ ସେଠୀ, ବିଜେପି ନେତ୍ରୀ ଶ୍ରୀମତୀ ସ୍ବପ୍ନା ବଡ଼ଜେନା,ସଂଗଠକ ଶ୍ରୀ ରଞ୍ଜିତ କୁମାର ବଡ଼ଜେନା, କାଉନସିଲର ଶ୍ରୀ ବିପ୍ଲବ ରବିଶଙ୍କର ସାହୁ,ପ୍ରଶାନ୍ତ ବେହେରା, ଶ୍ରୀମତୀ ମିନତୀ ବେହେରା, ବିଜେପି ନେତ୍ରୀ ଶ୍ରୀମତୀ ମମତା ପରିଡ଼ା,ବାଲୁଗାଁ ନଗର ମଣ୍ଡଳ ପ୍ରଭାରୀ ଶ୍ରୀ ଦୁଃଶାସନ ଜେନା ବିଜେପି ନେତା ଶ୍ରୀ ମହାଦେବ ପଲାଇ, ଶ୍ରୀ ଅର୍ଜୁନ ସାହୁ, ଶ୍ରୀ ଲକ୍ଷ୍ମଣ ସାହୁ,ଶ୍ରୀ ରାମଚ଼ନ୍ଦ୍ର ପଲାଇ, ଶ୍ରୀ ଅଜୟ ତରାଇ, ଶ୍ରୀ ସୁର ବେହେରାଙ୍କ ସମେତ ସମସ୍ତ ବିଜେପି କାଉନସିଲର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।