ଚ଼ିଲିକା ବିଜେପିର‌ ମିଶ୍ରଣ ପର୍ବ,ଯୋଗ ଦେଲେ ଚ଼ିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷା,ଦାମିଆ ବରବରା ପଞ୍ଚାୟତର ପୂର୍ବତନ ସରପଞ୍ଚ, ଜରିପଡ଼ା ପଞ୍ଚାୟତ‌ର ପୂର୍ବତନ ସମିତିସଭ୍ୟ

ଆଜି ଚ଼ିଲିକା ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଝରଣା ରାଣୀ ବାରିକ,ବରିଷ୍ଠ ବିଜେଡ଼ି ସଂଗଠକ ଶ୍ରୀ ପ୍ରଫୁଲ୍ଲ ବାରିକ,ଦାମିଆ ବରବରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଉପେନ୍ଦ୍ର ଜାନି,ଜରିପଡ଼ା ପଞ୍ଚାୟତ‌ର ପୂର୍ବତନ ସମିତିସଭ୍ୟ ଶ୍ରୀ ବିଦ୍ୟା ବେହେରା,ଭେଟେଶ୍ବର ପଞ୍ଚାୟତର ବିଜେଡ଼ି କର୍ମକର୍ତ୍ତା ଶ୍ରୀ ନରହରି ଜେନା,ତୁମ୍ବୁରାପୁଟ ପଞ୍ଚାୟତର ବିଜେଡ଼ି କର୍ମକର୍ତ୍ତା ଶ୍ରୀ ଟୁକୁ ବେହେରା,ଶ୍ରୀ ରବି ବେହେରା,
ଦାମିଆ ବରବରା ପଞ୍ଚାୟତର ୱାର୍ଡ଼ ମେମ୍ବର ଶ୍ରୀମତୀ ଦମୟନ୍ତୀ ଜାନି, ପୂର୍ବତନ ୱାର୍ଡ଼ ମେମ୍ବର ଶ୍ରୀ ମୂରଲୀ ଜାନି,ଦାମିଆ ବରବରା ପଞ୍ଚାୟତର ସ୍ବାଧିନ ସରପଞ୍ଚ ପ୍ରାର୍ଥୀ ଶ୍ରୀ ଉପେନ୍ଦ୍ର ଶବର ଏବଂ ଦାମିଆ ବରବରା, ଜରିପଡ଼ା ଓ‌ ସୋରଣ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିର ନୀତି ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ‌ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହେଲେ। ଦଳରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଡ଼ାଃ ହରିଚ଼ନ୍ଦନ ଓ ଶ୍ରୀ ହରିଚ଼ନ୍ଦନ।ଏହି କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ୍ ହେବା ଦ୍ବାରା ଦଳର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ କରିଥଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ। ଏହି ମିଶ୍ରଣ ପର୍ବରେ ଚ଼ିଲିକା ବିଜେପି ପ୍ରଭାରୀ ଶ୍ରୀ ବିକାଶ ପଟ୍ଟନାୟକ,ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା,ଭେଟେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ ଏବଂ ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଶ୍ରୀ ଲକ୍ଷ୍ମୀଧର ବରାଳ ଉପସ୍ଥିତ ଥିଲେ।