ଢେଙ୍କାନାଳ, (ଶୁଭମ ପାଣି): : ବିଗତ ବର୍ଷଭଳି ଚଳିତ ବର୍ଷ ଶ୍ରୀମଦ୍ ଭାଗବତ ପରିଷଦ ଆନୁକୂଲ୍ୟରେ ଭଗବତ୍ ଗୀତା ଜ୍ଞାନ ଯଜ୍ଞ ଦଧିବାମନ ଜୀଉ ମନ୍ଦିର ପରିସରସ୍ଥ ଭାଗବତ ମଣ୍ଡପରେ ମଇ ୬ ତାରିଖ ଠାରୁ ଆରମ୍ଭ ହୋଇ ମଇ ୯ ତାରିଖ ଗୁରୂବାର ଶେଷ ହେବ । ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ସଂଧ୍ୟା * ୭ ଘଟିକା ରୁ ଆରମ୍ଭ କରି ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଗୀତା ଗଙ୍ଗାର ପ୍ରବାହକୁ ଆଗେଇ ନେବେ ଭୁବନେଶ୍ଵର ଗୀତା ଆଶ୍ରମର ଆଚାର୍ଯ୍ୟ ସାମୀ ଜଗଦୀଶାନନ୍ଦ ସରସ୍ବତୀ ଜୀ I ଗୀତାର ପଠନ, ଉପଲବ୍ଧି ଓ ଆଚରଣରେ ମନୁଷ୍ୟର ସମସ୍ତ ଆଧ୍ୟାତ୍ମିକ କ କଲ୍ୟାଣ ନିହିତ । ଏହାର ତାତ୍ତ୍ୱିକ ମିମାଂସା ଗୀତାର ୩ୟ ଅଧ୍ୟାୟ କର୍ମଯୋଗ ଆଲୋଚ୍ୟ ବିଷୟ ମାଧ୍ୟମରେ ଶାସିତ ଜୀବନ ଜୀବନ ଦର୍ଶନ, ଶାନ୍ତି ପ୍ରାପ୍ତିର ମାର୍ଗ ତଥା କର୍ମ ବର୍ଜନରୁ ମୁକ୍ତି ପାଇବାର ଉପାୟ ହିଁ ଗୀତା । ଉକ୍ତ କାର୍ଯ୍ୟକ୍ରମରେ ସାମୀଜୀ ମାଳୀ ଏବଂ ସମସ୍ତ ଗୀତା ପ୍ରେମୀ ସହଯୋଗୀ ସଜନମାନଙ୍କୁ ଶ୍ରୀମଦ୍ ଭାଗବତ ପରିଷଦ ସଂପାଦକ ସାଧୁବାଦ ଜଣାଇଛନ୍ତି । ।