ଆଠମଲ୍ଲିକ,(ବୁଲୁ ଦଳେଇ):- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଧପୁର ପଞ୍ଚାୟତରେ ଏକ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ନାରୀ ନେତ୍ରୀ ଇଂ ପ୍ରିୟଦର୍ଶିନୀ ସ୍ଵାଇଁଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ 2ଶହ ରୁ ଅଧିକ କଂଗ୍ରେସ ଓ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜିଲ୍ଲା କୋଶାଧକ୍ଷ ବିଶ୍ଵଜିତ ମିଶ୍ର,ମଣ୍ଡଳ ସଭାପତି ବିଜୟାନନ୍ଦ ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଚିତ୍ତରଞ୍ଜନ ପ୍ରଧାନ,ସାଧାରଣ ସମ୍ପାଦକ ପ୍ରକାଶ ସାହୁ , ସମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଦଳରେ ସ୍ଵାଗତ କରିଛନ୍ତି । ଏହି ମିଶ୍ରଣ ଫଳରେ ମାଧପୁର ପଞ୍ଚାୟତ ସମେତ ଆଠମଲ୍ଲିକ ବ୍ଲକ୍ ରେ ବିଜେପି ଆହୁରି ମଜଭୁତ ହୋଇଛି ବୋଲି ନେତାମାନେ ପ୍ରକାଶ କରିଛନ୍ତି। ନୂତନ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବେହେରା, ବରିଷ୍ଠ ବିଜେଡି ନେତା ଲଳିତ ବେହେରା, ଦୁଃଖିଶ୍ୟାମ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ରସରାଜ ପ୍ରଧାନ , ନନ୍ଦିକିଶୋର ପ୍ରଧାନ , ରବୀନ୍ଦ୍ର ଖଦଗିରି, ବିଭୂତି ମେଦୁଲି, ଲକ୍ଷ୍ମୀ କାନ୍ତ ଭୋଇ, ସନ୍ଦୀପ ପ୍ରଧାନ, ସୁଶାନ୍ତ କର୍ଣ୍ଣ, ସୁଭାଷ ଚନ୍ଦ୍ର ବେହେରା, ସୁଧାଂଶୁ ସାହୁ, ନିରଞ୍ଜନ ସାହୁ, ବାପୁନ୍ ମହାଖୁଡ , ବରିଷ୍ଠ କଂଗ୍ରେସ ନେତା ଉଦ୍ଧବ ମାଝୀ, ଜୀତେନ୍ଦ୍ର ବିଶ୍ୱାଳ,ମୁରାରୀ ପ୍ରଧାନ,ଚତୁର୍ଭୁଜ ମେହେର, ଉପେନ୍ଦ୍ର ସାହୁ, ବିମ୍ବାଧର ପ୍ରଧାନ, ଚନ୍ଦ୍ରଶେଖର ସାହୁ , ଜ୍ୟୋତିରଞ୍ଜନ ପ୍ରଧାନ ଦଶରଥ ଦେହୁରୀ ଓ ସଂଯୁକ୍ତା ଭୋଇ, ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁଶାନ୍ତ ହୋତା, ଅମ୍ଭିକା ଦେହୁରୀ, ଜମ୍ବେଶ୍ଵର ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।