ଲାଇନଚ୍ୟୁତ ଓଡ଼ିଶା ଶାସନ ବ୍ୟବସ୍ଥା
“କେତେ ଦିନ ସହିବା, ପରିବର୍ତ୍ତନ ଆଣିବା” ନାଁରେ ବିଜେଡ଼ି ସରକାର ବିରୋଧରେ ଚାର୍ଜସିଟ
ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ କରିଛି ବିଜେଡ଼ି ସରକାର
ଓଡିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ?
ଗାଁ ଗାଁରେ ସଭା କରି ଲୋକଙ୍କ ପାଖକୁ ଚାର୍ଜସିଟ୍ ପହଞ୍ଚାଇବ ବିଜେପି
୨୫ବର୍ଷର ବିଜେଡ଼ି ଶାସନରେ କୃଷକ, ମହିଳା, ରୋଜଗାର, ଆଇନଶୃଙ୍ଖଳା, ସଂସ୍କୃତି ଓ ଗୌରବ ଆଦି କ୍ଷେତ୍ରରେ ଓଡ଼ିଶାର ଗ୍ରାଫ୍ ତଳକୁ ତଳ ଖସିଛି । ୨୫ବର୍ଷର ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧ ଚାର୍ଜସିଟ୍ ଲୋକାର୍ପଣ କରିିଛି ଭାରତୀୟ ଜନତା ପାର୍ଟି । “କେତେ ଦିନ ସହିବା, ପରିବର୍ତ୍ତନ ଆଣିବା” ନାଁରେ ଭାରତୀୟ ଜନତା ପାର୍ଟି ବିଜେଡ଼ି ସରକାର ବିରୋଧରେ ଚାର୍ଜସିଟ ଆଣିଛି । ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ୍ ଜାରି କରାଯାଇଛି । ଏହି ଚାର୍ଜସିଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ଶାସକ ବିଜୁ ଜନତା ଦଳକୁ ୨୫ଟି ପ୍ରଶ୍ନ କରିଛି । ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ଶାସକ ବିଜେଡି ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତିଶୃତି ତାକୁ ପୁରଣ କରିବାରେ ବିଫଳ ହୋଇଛି । ମୂଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ।ରାଜ୍ୟର ୩୧୪ ବ୍ଲକରେ ଶୀତଳଭଣ୍ଡାର ଖୋଲିବାରେ ବିଫଳ ହୋଇଛି ବିଜେଡ଼ି ସରକାର । କୃଷକଙ୍କ ଉନ୍ନତୀ ପାଇଁ ନବୀନ ବାବୁ କାଳିଆ ଯୋଜନା କରିଥିଲେ, ହେଲେ ଗରିବ କୃଷକଙ୍କ ପାଖରେ ଏହାର ଲାଭକୁ ପହଞ୍ଚାଇବାରେ ବିଫଳ ହେଲେ । ଓଡ଼ିଶାରେ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଗଲା ନାହିଁ । କୃଷକବିରୋଧୀ ନୀତି ନେଇ ବିଜେଡ଼ି ସରକାର ଚାଲିଛି । ଏନସିଆରବି ରିପୋର୍ଟ ମୁତାବକ ମହିଳା ଅପରାଧରେ ଓଡ଼ିଶା ଢ଼େର ଆଗରେ । ରାଜ୍ୟରେ ଲିଙ୍ଗଗତ ସମସ୍ୟା ବଢ଼ିଛି । ଓଡିଶାର ସଂସ୍କୃତିକୁ ଅନ୍ୟ ଦେଶମାନେ ଅନୁସରଣ କରୁଛନ୍ତି ହେଲେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିପରି ଶିଶୁ ଅପହରଣରେ ଓଡ଼ିଶା ଢ଼େର ଆଗରେ । ୨୪ବର୍ଷ ନବୀନ ଶାସନରେ ଯୁବକଙ୍କ ପାଇଁ ଚାକିରୀ ନାହିଁ ଫଳରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରୁ ସୁରଟ, ବାଙ୍ଗାଲୁରୁ, ମୁମ୍ବାଇରେ ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଶାର ଯୁବ ସମାଜ । ଯୁବକଙ୍କ ଆକାଂକ୍ଷା ପୂରଣ କରିବାରେ ବିଜେଡ଼ି ସରକାର ବିଫଳ । ବର୍ଷକ ମଧ୍ୟରେ ଲକ୍ଷାଧିକ ଯୁବକ ବାହାରେ ଦାଦନ ଖଟିବାକୁ ଗଲେଣି । ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୪,୩୦୦ ଅଧ୍ୟାପକ ପଦ ଖାଲି ପଡିଥିବା ବେଳେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକରେ ସମାନ ଅବସ୍ଥା । କ୍ରୀତଦାସ ପ୍ରଥା ବଢ଼େଇବା ପାଇଁ ଛାତ୍ର ରାଜନୀତି ବନ୍ଦ କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା କାରଣରୁ ଗରିବ ବାସହୀନ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟରେ ୬୧୩ ପ୍ରତିଶତ ଆତ୍ମହତ୍ୟା ହାର ବଢ଼ିଛି । ୬୧୨୪ ଗାଁକୁ ରାସ୍ତା ନାହିଁ । ଆଦିବାସୀ ଅଞ୍ଚଳରେ ଗମନାଗମନ ପାଇଁ ରାସ୍ତା ନାହିଁ । ପାନୀୟ ଜଳ ସମସ୍ୟା, ଅପପୃଷ୍ଟି, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ରୋକିବାରେ ବିଫଳ ହୋଇଛି ବିଜେଡ଼ି ସରକାର । ଓଡ଼ିଶାବାସୀ ବିଜୁଳି ୟୁନିଟ୍ ପିଛା ୨ଟଙ୍କା ୮୩ପଇସା ଦେଉଛନ୍ତି ହେଲେ ତାମିଲନାଡୁରେ ୟୁନିଟ୍ ପିଛା ୨ଟା ୫୩ପଇସା ଦେବାକୁ ପଡୁଛି । ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି, ତାହାର ଉତ୍ତର ଶାସନ ମୁଖିଆ ନବୀନ ବାବୁ ଦେବେ କି ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଛି । ଗାଁ ଗାଁରେ ସଭା କରି ଲୋକଙ୍କ ପାଖକୁ ଚାର୍ଜସିଟ୍ ପହଞ୍ଚାଇବ ବିଜେପି । ସାରା ଦେଶରେ “ମୋଦି ଗ୍ୟାରେଣ୍ଟି”କୁ ନେଇ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି । ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ ହେଉଛି । ବିଜେପି ଆଗାମୀ ନିର୍ବାଚନରେ “ଡବଲ ଇଞ୍ଜିନ ସରକାର” ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତାର ନିର୍ବାଚନ ଲଢ଼ିବ । ନବୀନ ସରକାର ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା, କମିଶନ ବି ବସିଲା କିନ୍ତୁ ଫଳ ହେଲା ଶୂନ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେଡ଼ି ସରକାର । ଏଠି ନାଁ ଅଛି ଗଣତନ୍ତ୍ର ନା ଅଛି ଶାସନତନ୍ତ୍ର । ଏ ରାଜ୍ୟରେ ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ଲୋକପ୍ରତିନିଧିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁନାହିଁ ବିଜେଡ଼ି ସରକାର । ସେମାନଙ୍କ ମର୍ଯ୍ୟାଦା ରଖିପାରୁନି ସରକାର । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ସରକାରକୁ ନିୟନ୍ତ୍ରଣ କରୁଛନ୍ତି । ଅଫିସରଙ୍କ ଆତଙ୍କ ରାଜ୍ୟ ଭାବେ ନୂଆ ରୂପ ନେଇଛି ଓଡ଼ିଶା । ୨୪ବର୍ଷ ଶାସନରେ ରହିବି ନବୀନ ବାବୁ ଗାଁକୁ ସମ୍ମାନ ଦେବା ଶିଖିନାହାନ୍ତି । ରାଜ୍ୟର ଅସ୍ମିତାକୁ ପଦଦଳିତ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଅସନ୍ତୋଷ ବିସ୍ଫୋରଣର ରୂପ ନେଇଛି, ତେଣୁ ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଗତ ୧୦ ବର୍ଷର ମୋଦି ସରକାରରେ ଓଡ଼ିଶାକୁ ଆସିଥିବା ୧୮.୮୭ ଲକ୍ଷ କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତାକୁ ହରିଲୁଟ୍ କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଲମ୍ବି ରହିଛି । ବିକାଶ ନାଁରେ ବିନାଶ ଦେଖାଇଛନ୍ତି ନବୀନ ସରକାର । ସେବା ନାଁରେ ଶୋଷଣ କରିଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଲମ୍ବି ରହିଛି । ସାଧାରଣ ନିର୍ବାଚନ ପାଇଁ ବିଜେପି ଯାହାର ନଗ୍ନ ନମୁନା ସାଧାରଣ ଜନତାଙ୍କ ପାଖରେ ଏହି ଚାର୍ଜସିଟି ମାଧ୍ୟମରେ ଉପସ୍ଥାପିତ ହୋଇଛି । ପାଞ୍ଚ ପାଞ୍ଚ ଥର ଶାସନ କ୍ଷମତାରେ ବସାଇଥିବା ଓଡିଶାବାସୀଙ୍କୁ କେବଳ ପ୍ରତାରଣା ଦେଇଛି ବିଜେଡ଼ି । ଗଣତନ୍ତ୍ରରେ ଜନତା ମାଲିକ । ଓଡିଶାବାସୀ ବିଜେଡ଼ି ପ୍ରତି ବିମୁଖ ହେଲେଣି । ୨୫ବର୍ଷର ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜରିଆରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ଚେଷ୍ଟା କରିଛି । ଏହା ସହ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆସନ୍ତା ୨୮ ତାରିଖ ଦିନ ବ୍ରହ୍ମପୁର ଗସ୍ତରେ ଆସି ଆମ୍ୱପୁଆ ସ୍ଥିତ ବିବେକ ବିହାର ଠାରେ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ ସୂଚନା ଦେଇଛନ୍ତି । ରାଜ୍ୟରେ ପରିବର୍ତ୍ତନ ସହ ନୂଆ ଓଡ଼ିଶା ଗଠନ କରିବା ପାଇଁ ସମସ୍ତ ଜନସାଧାରଣ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସଭାରେ ଯୋଗ ଦେବାକୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଦଳୀୟ ନେତୃବୃନ୍ଦ ସ୍ମୃତି ଚାରଣ କରିଥିଲେ । ଭାରତୀୟ ଜନତା ପାର୍ଟି ପକ୍ଷରୁ “ଚାର୍ଜସିଟ୍” ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ସ୍ଥିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ ସମେତ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ବ୍ରହ୍ମପୁର ଲୋକସଭା କ୍ଷେତ୍ର ମିଡ଼ିଆ ସଂଯୋଜକ ରାଜେଶ ପଟନାୟକ,ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସ୍ମିତାଲି ସ୍ମୃତି ସ୍ନିଗ୍ଧା ପାତ୍ର ଏବଂ ସହ ସଂଯୋଜକ ଜି ରାଜେନ୍ଦ୍ର ପ୍ରସାଦ ସହଯୋଗ କରିଥିବା ବେଳେ ଶେଷରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ, ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ,ଭାରତୀୟ ଜନତା ପାର୍ଟି।