ମା ହିଙ୍ଗୁଳା ଙ୍କ ବାର୍ଷିକ ଯାତ୍ରା ଅନଷ୍ଠିତ

ଆଠମଲ୍ଲିକ,୨୨.୦୪(ବୁଲୁ ଦଳେଇ):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୃତିବାସପୁର ପଞ୍ଚାୟତ ତେନ୍ତୁଳିପଥର ଗ୍ରାମରେ ମା ହିଙ୍ଗୁଳାଙ୍କ 36ତମ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ରୀତିନୀତି ଅନୁଯାୟୀ ଢୋଲ ବାଦ୍ୟ ହରିବୋଲ ହୁଳହୁଳି ରେ ଗୋଆଁ ପରିବେଶ ପ୍ରକମ୍ପିତ ହୋଇଥିଲା। ଏହି ପୂଜା 12 ଟା ସମୟରେ ଆରମ୍ଭ ହୋଇ ଦୁଇଟା ସମୟ ଯାଏଁ ହୋଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓପେରା ହୋଇଥିଲା। ଏ ବର୍ଷ ମୂଖ୍ୟ ଆକର୍ଷଣ ଥିଲା ଓଡିଶା ଡ୍ରାଇଭର ମହାସଂଘ ତେନ୍ତୁଲିପଥର ତରଫରୁ ଖରାର ପ୍ରକପ ଦେଖି ଭକ୍ତ ମାନଙ୍କ ପାଇଁ ଦହି ପାଣି ର ବ୍ୟବସ୍ଥା କରିଥିଲେ। ଏଥିରେ କୃତିବାସପୁର ଡ୍ରାଇଭର ମହାସଂଘ ର ସଭାପତି ଗୋଲେଖ ପରିଡ଼ା ସମ୍ପାଦକ ଲକ୍ଷ୍ମଣ ସାହୁ ଓ ଅନ୍ୟ ଡ୍ରାଇଭର ସାରଥୀ ମାନେ ହେଲେ ସମୀର, ଦିଲେଶ୍ୱର୍, ଚନ୍ଦନ,ଭଜି, ତ୍ରିପୁରା, ହୃଷୀକେଶ, ସୁଜିତ୍, ସୁଶାନ୍ତ, ଲଜି, କୁନା,ଟିକି, ରୀଙ୍କୁ, ଚିଲୁ, ଜୁଲୁ, ନୁକେଇ, ଖଗ, ଜଗ, ମହି, ନଗଦେଶ, ବ୍ରଜ, ସିପୁନ, ଚିନ୍ତାମଣି, ଦୁଶା, ବୁଟୁ, କଷ୍ଟୁ, ପ୍ରମୁଖ ସହୋଜୋଗ କରିଥିଲେ ଏବଂ ଗ୍ରାମ ସଭାପତି ସନ୍ତୋଷ ସାହୁ, ସମ୍ପାଦକ ବିଶେଶ୍ୱର ସାହୁ, କୋଷାଧ୍ୟକ୍ଷ ନନ୍ଦକିଶୋର ପାତ୍ର ଙ୍କ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ବହୁ ଧୁମ୍ ଧାମ ରେ ପାଳନ ହୋଯାଇଅଛି।

https://biplabnews.com/wp-content/uploads/2024/04/WhatsApp-Video-2024-04-22-at-19.20.50_d26930c5.mp4
FacebookTwitterWhatsappYoutubeTelegram