ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସହର ଅଗ୍ରଣୀ ଓଡିଶୀ ରିସର୍ଚ ସଂଟର ସତରୂପା ଆନୁକୂଲ୍ୟରେ ୪୦ତମ କାରୁବାକି ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଅଛି । ୨୦ ଓ ୨୧ ଦୁଇଦିନ ଧରି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ରେଙ୍ଗାଳୀ କେନାଲ ଢେଙ୍କାନାଳ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ସୀମାଦ୍ରୀ ନାୟକ, ସମ୍ମାନିତ ଅତିଥି ଭାବେ ଭାତୀୟ ଜନସଂଚାର ଢେଙ୍କାନାଳ ଆଂଚଳିକ ନିର୍ଦ୍ଦେଶକ ମ୍ବିଣାଳ ଚାଟାର୍ଜୀ, ବରିଷ୍ଠ ଆଇନ୍ଜୀବୀ ତଥା ସମାଜସେବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବିଶିଷ୍ଟ କବି ତଥା ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ ପଟ୍ଟନାୟକ, ବିଶିଷ୍ଟ ନାଟ୍ୟକାର ତଥା ମଂଚ ଅଭିନେତା କଟକ ଅନ୍ନପୂର୍ଣ୍ଣ ଥିଏଟର ସଭାପତି ଶରତ କୁମାର ମାଝୀ, ବରିଷ୍ଠ ସାମ୍ବାଦିକ ତଥା ମଂଚ କଳାକାର ରତନ ନାୟାର ପ୍ରମୁଖ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅତିଥିମାନେ କାରୁବାକି ମହୋତ୍ସବକୁ ଉଚ୍ଚ ପ୍ରଶଂସା କରିବା ସହିତ ତା’ର ଉତରୋତର ଉନ୍ନତି କାମନା କରିଥିଲେ । ପରେ ନାଚ ଓ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଓଡିଶୀ ନୃତ୍ୟଶିଳ୍ପୀ ତିମିରସୁ ପଟ୍ଟନାୟକ, ବିଶିଷ୍ଟ ସଙ୍ଗୀତଜ୍ଞ ଖାରବେଳେ ପଟ୍ଟନାୟକ, ବିଶିଷ୍ଟ ତାବଲା ବାଦକ ଆଜାତଶତ୍ରୁ ପଟ୍ଟନାୟକ, ଖ୍ୟାତି ସଂପନ୍ନ ନୃତ୍ୟ ଶିଳ୍ପୀ ବିଜିଗୁପ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଚନ୍ଦନ କୁମାର ନାୟକ ସଂଯୋଜନା କରିଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ମଂଚ କଳାକାର ଏବଂ ନିର୍ଦ୍ଦେଶକ ବାଦଲ ବିହରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ କୃତୀ କଳାକାରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।