ସାଇକୃପା ଟେଷ୍ଟିଙ୍ଗ ସେଣ୍ଟର ଓ ୱାକର୍ସ କ୍ଳବ ପକ୍ଷରୁ କେନସର ସଚେତନତା ଶିବିର ଅନୁଷ୍ଠିତ

ରାୟଗଡା,୨୦.୦୪(ଅମୁଲ୍ୟ ନିଶଙ୍କ):ରାୟଗଡା ସହର ର ଅଗ୍ରଣୀ ସାଇକୃପା ଡାଇଗନୋସ୍ଟିକ ଓ ଟେଷ୍ଟିଙ୍ଗ ସେଣ୍ଟର ଓ ୱାକର୍ଷ କ୍ଳବ ରାୟଗଡା ଙ୍କ ପକ୍ଷରୁ ଏକ ମିଳିତ କ୍ୟାନ୍ସର ସଚେତନତା ଶିବିର ସ୍ଥାନୀୟ ସାଇକୃପା ଟେଷ୍ଟିଙ୍ଗ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ସାଇକୃପା ଟେଷ୍ଟିଙ୍ଗ କେନ୍ଦ୍ର ନିର୍ଦେଶକ ଡ଼କ୍ଟର ରାଜେଶ ପାଢ଼ୀ ଓ ୱାକର୍ଷ କ୍ଳବ ସଭାପତି ଡ଼କ୍ଟର ଦୁଷ୍ମନ୍ତ ମୋହନ୍ତୁ ଙ୍କୁ ଦ୍ୱାରା ଆୟୋଜିତ ଏହି ଶିବିର ରେ ପ୍ରାୟ 60 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗଦେଇଥିଲେ l 9 ରୁ 26 ବର୍ଷ ଭିତରେ ନାନୋ ଭଲଣ୍ଟ ଭ୍ୟାକସିନ ନେବାର ଆବଶ୍ୟକତା ରହିଛି ବୋଲି ଡ଼କ୍ଟର ନାଭ୍ୟା କହିଥିଲେ ଓ ସେ ପୁଣି କହିଥିଲେ ଯେ ଏହି ଭ୍ୟାକସିନ ନେବା ଦ୍ୱାରା କ୍ୟାନ୍ସର କୁ ରୋକାଯାଇପାରିବ ବୋଲି l ଯେଉଁ ମାନଙ୍କର କ୍ୟାନ୍ସର ଉପରେ ସନ୍ଦେହ ଥିଲା ସେମାନେ ପରୀକ୍ଷା କରାଇଥିଲେ l ଯେଉଁ ମାନେ ଆଜି ଆସି ପରୀକ୍ଷା କରାଇଛନ୍ତି କ୍ଳବ ସଭାପତି ଦୁଷ୍ମନ୍ତ ମହାନ୍ତି ସେମାଙ୍କୁ କୃତଜ୍ଞତା ଜଣାଇଛନ୍ତି l ସେଞ୍ଚୁରିୟନ ବିଶ୍ଵବିଦ୍ୟାଳୟ ର ଫର୍ମାସୀ ଅଧକ୍ଷ ଡ଼କ୍ଟର ଚନ୍ଦ୍ରଶେଖର ପାତ୍ର ଓ ନର୍ସିଂ ଅଧକ୍ଷ କେ ଉର୍ମିଳା ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l