ରାୟଗଡା ଠାରେ ବିଜେଡିର ଦ୍ଵିତୀୟ କାର୍ଯ୍ୟାଳୟ ଉଦଘାଟିତ

ରାୟଗଡା,୨୦.୦୪(ଅମୁଲ୍ୟ ନିଶଙ୍କ):ଆଗାମୀ 2024 ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କୁ ନେତୃତ୍ୱ ରେ ବହୁ ବିଜେଡି କର୍ମୀ ନେତା ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରର ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି କପିଳାସ ଛକ ଦେଇ ଜେଜସ୍ୱୀ ପଡିଆ ଠାରେ ପହଂଚିଥିଲେ l. ଏହି ଠାରେ ବିଜେଡି ର ସହର ର ଦ୍ୱତୀୟ କାର୍ଯ୍ୟଳୟ କୁ ରାୟଗଡା ଜ଼ିଲ୍ଲା ବିଜେଡି ପ୍ର୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ଓ ଭାସ୍କର ରାଓ ଉଦଘାଟନ କରିଥିଲେ l ଏହି ମୋଟର ସାଇକେଲ ରାଲିରେ ଅତୁନ ସବ୍ୟସାଚୀ, ଭାସ୍କର ରାଓ, କୋରାପୁଟ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା, ରାୟଗଡା ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ, ଝିହ୍ନ ହିକକା ଙ୍କୁ ସହିତ ବହୁ କର୍ମୀ ସାମିଲ ଥିଲେ l କର୍ମୀ ସମ୍ମିଳନୀ ରେ ଉପସ୍ଥିତ କର୍ମୀ ଙ୍କୁ ଉଦବୋଧନ ଦେଇ ଅତୁନ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ରେ ରାୟଗଡା ଜ଼ିଲ୍ଲା ରେ ବିକାଶ ଧାରା ଜାରି ରହିଛି ଏହି ବିକାଶ ଧାରା କୁ ଦ୍ବିଗୁଣିତ କରିବା ପାଇଁ ନବୀନ ବାବୁ ଙ୍କୁ ହାତମୁଠାକୁ ଟାଣ କରିବା ସହିତ ସଷ୍ଟ ଥର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାପାଇଁ ବିଜେଡି ପ୍ରାର୍ଥୀ, ପ୍ରାର୍ଥୀନୀ ଙ୍କୁ ବିଜୟ କରିବା ପଶିଣ ନିବେଦନ କରିଥିଲେ l ରାୟଗଡା ବିଧାୟକ ପାଇଁ ଟିକେଟ ଘୋଷଣା ପରେ ଦଳ ରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିପାଇଁ କେତକ ବ୍ୟକ୍ତି ଦଳ ରୁ ଇସ୍ତଫା ଦେଇଥିଲେ କିନ୍ତୁ ଏହାକୁ ଭୁଲି ଆମେ ସମସ୍ତେ ନବୀନ ବାବୁ ଙ୍କୁ ନିଷ୍ପତି କୁ ମାନି ଦଳ ର ଶୃଙ୍ଖଳିତ କର୍ମୀ ଭାବେ ଲଢ଼ି ଅନୁସୟା ମାଝୀ ଙ୍କୁ ବିଜୟ ପାଇଁ ଅତୁନ ସବ୍ୟସାଚୀ ଓ ଭାସ୍କର ରାଓ କର୍ମୀ ଙ୍କୁ ପରାମଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳ ପରିତ୍ୟାଗ କରି ୟୁବ ଆଇନଜୀବୀ ବାବୁ ରାଜଗୁରୁ ଙ୍କୁ ନେତୃତ୍ୱ ରର କିଛି କର୍ମୀ ବିଜେଡି ରେ ସାମିଲ ହୋଇଥିଲେ l ଏଜି କାର୍ଯ୍ୟକ୍ରମ ରେ କେ ସି ସି ବ୍ୟାଙ୍କ ନିର୍ଦେଶକ ବାନା ଗାଡି ତିରୁପତି,ବିଜେଡି ଜ଼ିଲ୍ଲା ୟୁବ ସଭାପତି ଅଭିନାଶ ବିଷୋୟୀ,ଝୋନ ପାଉଲ ଗଙ୍ଗା ଧର ପୁଆଲା, ଟୁନି ହୁଇକା, ସନ୍ଧ୍ୟା ରାଣୀ ପୁଲକା,ଶର୍ମିତା ପାଢ଼ୀ, ମିହେଶ ପଟ୍ଟନାୟକ,ଯୋଗଦେଇଥିଲେ l ଅପରାହ୍ନ ରେ କାଶୀପୁର ଠାରେ ଜ଼ିଲ୍ଲା ପ୍ର୍ୟବେକ୍ଷକ, ଜ଼ିଲ୍ଲା ସଭାପତି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଏକ କର୍ମୀ ସମ୍ମିଳନୀ ରର ଯୋଗ ଦେଇ ବିଜେଡି ପ୍ରାର୍ଥୀନୀ ଙ୍କୁ ବିଜୟ ନିମନ୍ତେ ରଣ ନୀତି ତୟାର କରିଥିଲେ l ଏହି ସମ୍ମିଳନୀ ଟି ରାୟଗଡା ଜ଼ିଲ୍ଲା ର ଅତି ବୋୟ ବୃଦ୍ଧ ବିଜେଡି ନେତା ଜଗଦୀଶ ପାତ୍ର, ବିଧାୟକ ମକରନ୍ଦ ମୁଦୁଲି ଓ ରାୟଗଡା ବିଧାନସଭା କ୍ଷେତ୍ର ନିର୍ବାଚନ ଦାୟିତ୍ୱ ରେ ଥିବା କାଶୀପୁର ର ବିଶିଷ୍ଟ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବକ ନେତୃତ୍ୱ ରେ ଏହୁ କର୍ମୀ ସମ୍ମିଳନୀ କାଶୀପୁର ଠାରେ ହୋଇଥିଲା l ଏହି ସମ୍ମିଳନୀ ପରେ ରାୟଗଡା ଜ଼ିଲ୍ଲା ରେ ସର୍ବସାଧାରଣ ଚର୍ଚ୍ଚା କରିବାର ଦେଖିବାକୁ ମିଳୁଛି ଯେ ଯେଉଁ ମାନେ ଅନୁସୟା ମାଝୀ ଙ୍କୁ ବିରୋଧ କରୁଥିଲେ କଣ ସେମାନେ ନିର୍ବାଚନ ରର ଅନୁସୟା ଙ୍କୁ ପାଇଁ କାମ କରିବେ କି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି l

https://biplabnews.com/wp-content/uploads/2024/04/WhatsApp-Video-2024-04-20-at-09.08.35_f2cf68fd.mp4