ଯନ୍ତ୍ରୀ ଙ୍କୁ ଦାୟିତ୍ୱ ହସ୍ତାନ୍ତର ସମ୍ପୂର୍ଣ୍ଣ ହୋଇନଥିବା ରୁ ଆମ୍ବଦଳା ଗ୍ରାମ୍ୟ ଉନୟନ ବିଭାଗ ର ରାସ୍ତା କାମରେ ବାଧାପ୍ରାପ୍ତ ଓ ରାସ୍ତାର ରକ୍ଷଣ ବେକ୍ଷଣ ରେ ବାଧା ସୃଷ୍ଟି

ରାୟଗଡା,୧୯.୦୪(ଅମୁଲ୍ୟ ନିଶଙ୍କ):ଗ୍ରାମ୍ୟ ଉନୟନ ବିଭାଗ ରାୟଗଡା ଡିଭିଜନ ର ବିଷମକଟକ ସବଡ଼ିଭିଜନ ଆନ୍ତର୍ଗତ ଆମ୍ବଦଳା ସେକ୍ସନ ରେ ଗସ୍ତ ଜାନୁୟାରୀ 11 ତାରିଖରେ କିଶୋର ଚନ୍ଦ୍ର ସାହୁ ଯୋଗଦାନ କରିଥିଲେ କିନ୍ତୁ ବହୁ ବାଦ ବିବାଦ ପରେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ସୁଜ୍ଞାନୀ ବେହେରା ସାହୁ ଙ୍କୁ ଦାୟିତ୍ୱ ଦେଇଥିଲେ କିନ୍ତୁ ସମ୍ପୂର୍ଣ୍ଣ ଭାବେ କୌଣସି କାମର ନଥି ପତ୍ର ହସ୍ତାନ୍ତର କରିନଥିବାରୁ l ଏହି ସେକ୍ସନ ର ବହୁ ନୂତନ ରାସ୍ତା କାମର ଅଗ୍ରଗତି ହେଉନାହିଁ କି ଯେଉଁ ପୂରଣା କାମ ସମାପ୍ତ ହୋଇ ଆଗାମୀ 5 ବର୍ଷ ପାଇଁ ରକ୍ଷଣା ବେକ୍ଷଣ ମଧ୍ୟ୍ୟ ହୋଇପାରୁନଥିବାରୁ ଅଞ୍ଚଳ ବାସି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି l ଘଟଣା ରୁ ପ୍ରକାଶ ଯେ ଆମ୍ବଦଳା ଠାରୁ ବାଲିଯୋଡି ରାସ୍ତା କାମ ଉଭୟ ପାର୍ଶ୍ଵ ରେ ମୁରୁମ କାମ ଅସମ୍ପୂର୍ଣ ହୋଇ ପଡ଼ିରହିଛି ଏହି କାମ ଟି ଯନ୍ତ୍ରୀ ସୁଜ୍ଞାନୀ ବେହେରା ଙ୍କୁ ତତ୍ୱାବଧାନ ରେ ହୋଇଥିଲା କିନ୍ତୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ୍ୟ ଏହି କାମ ପ୍ରତି ଦୃଷ୍ଟି ଦେଉନଥିବା ର ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି l କାଞ୍ଚନ ଭଟା ଠାରୁ କଡାଘାଟି ରାସ୍ତା ର ମରାମତି ରକ୍ଷଣା ବେକ୍ଷଣ ଅଭାବ ରୁ ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇଥିବା ନେଇ ସ୍ଥାନୀୟବାସୀ ଅଭିଯୋଗ କରିଲେ ମଧ୍ୟ୍ୟ କିଛି ସୁଫଳ ମିଳୁନାହିଁ l ଗତ 05/01/2022 ରେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା କାଞ୍ଚନଭାଟା ଠାରୁ ଡେଙ୍ଗୁଣୀ ଭାୟା ରଣସାପଦର ରାସ୍ତାର ଉନ୍ନତି କାରଣ ପାଇଁ ଏକ ଭିତ୍ତିପ୍ରସ୍ତର କରିଥିବାର ସୂଚନାଫଳକ କଡାଘାଟି ଛକ ରୁ ଗୁଡିଖାଲ ଯିବା ରାସ୍ତାରେ କଡାଘାଟି ଛକ ଠାରେ ଏକ ଫଳକ ଲଗାଯାଇଛି କିନ୍ତୁ ଏହି ରାସ୍ତା ଟି କଡା ଘାଟି ରୁ ଗୁଡିଖାଲ ଯାଉଛି କିନ୍ତୁ କାଞ୍ଚନ ଭଟା ଡେଗୁଣୀ ରାସ୍ତା ବୋଲି ଫଳକ ମାରିଛନ୍ତି ବୋଲି ସ୍ଥାନୀୟ ନୂଆପଡା, ବର ଗୁଡା, କାଞ୍ଚନଭାଟା କଡାଘାଟି ବାସି ଙ୍କୁ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ କଣ ପାଇଁ ଏହି ଫଳକ କାଞ୍ଚନ ଭଟା ରେ ଣ ମାରି କଡାଘାଟି ରେ ମାରିଛନ୍ତି ବୋଲି l ଡେଙ୍ଗୁଣୀ ଠାରୁ ନୂଆପଡା ଯିବା ରାସ୍ତା ମଧ୍ୟରେ ଥିବା ଏକ କ୍ଳଭର୍ଟ ର ଉଭୟ ପାର୍ଶ୍ଵ ଦୀର୍ଘ ଦିନ ଧରି ଦେବୀ ଯାଇଛି ଏଥି ପ୍ରତି ବିଭାଗୀୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଲେ ମଧ୍ୟ୍ୟ କିଛି ସୁଫଳ ମିଳୁନଥିବା ର ଅଭିଯୋଗ ହେଉଛି l ଏହି ବିଷୟରେ ଆମେ ଯନ୍ତ୍ରୀ ସାହୁ ବାବୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଲେ ଯେ ମୁଁ ନୂତନ ଭାବେ ଯୋଗଦାନ କରିଛି କିନ୍ତୁ କୌଣସି କାମ ର ନଥିପତ୍ର ମୋତେ ମିଳିନାହିଁ ପୂର୍ବରୁ ପ୍ରଶାନ୍ତ ବେହେରା ଓ ସୁଜ୍ଞାନୀ ବେହେରା ଯନ୍ତ୍ରୀ ଏହି କାମ ଦେଖୁଥିଲେ ବୋଲି l ଯେଉଁ ରାସ୍ତା ପାଇଁ ରକ୍ଷଣା ବେକ୍ଷଣ ଅଛି ତାହା ଦେଖି କରିବି କହିଥିଲେ l ଆମ୍ବଦଳା ବାଲିଯୋଡି ରାସ୍ତା ଯନ୍ତ୍ରୀ ସୁଜ୍ଞାନୀ ବେହେରା କରିଥିଲେ ସେ ଫାଇଲ ତାଙ୍କ ପାଖରେ ଅଛି ଏହି ରାସ୍ତା କସମ ସେ ଦେଖିବେ ବୋଲି l ନୂତନ ଭାବେ ଯୋଗଦାନ କରିଥିବା ଯନ୍ତ୍ରୀ ଙ୍କୁ ସମସ୍ତ କାମ ର ନଥି ପତ୍ର ଦେଇ କାମ ଗୁଡିକ ଠିକ ସମୟରେ ସରିବ ନିମନ୍ତେ ସ୍ଥାନୀୟ ବାସି ଦାବି କରୁଛନ୍ତି l

https://biplabnews.com/wp-content/uploads/2024/04/WhatsApp-Video-2024-04-19-at-10.41.32_b7f74cbd.mp4