ଢେଙ୍କାନାଳ,୧୭/୪(ଶୁଭମ ପାଣି): ଢେଙ୍କାନାଳ ସହର ମୀନା ବଜାର କୁମ୍ଭାର ସାହି ଠାରେ ପବିତ୍ର ରାମନବମୀ ଉପଲକ୍ଷେ ସାଇଧାମର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୬ ତାରିଖରେ ପାଦୁକା ସହ ସହର ପରିକ୍ରମା କରାଯାଇଥିଲା । ୧୭ ତାରିଖ ସକାଳ ୬ ଘଟିକାରେ କଳସଯାତ୍ରା, ୧୧ ଘଟିକାରେ ମହାଯଜ୍ଞ, ସଂଧ୍ୟା ୫ ଘଟିକା ସମୟରେ ପାଲିଙ୍କି ଯାତ୍ରା ସହ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସଜିତ ହୋଇ ବାଦ୍ୟ ଓ ଗଉଡବାଡି ଖେଳ ଦ୍ବାରା ସହର ପରିକ୍ରମା ପରେ ପ୍ରସାଦସେବନ କରାଯାଇଥିଲା । ପୂଜକ ରୋହିତ ପତି, କର୍ତା ଦିଲ୍ଲୀପ କୁମାର ସେଠୀ, କର୍ତୀ ଝରଣା ସେଠୀ ଉପସ୍ଥିତ ରହି ପୂଜାକୁ ସମାପନ କରିଥିଲେ । କାର୍ଯ୍ୟକ୍ରମର ଉପଦେଷ୍ଟା ସୋମନାଥ ବେହେରା, ଦିଲ୍ଲୀପ କୁମାର ବେହେରା, ଜ୍ୟୋତିର୍ମୟୀ ପଣ୍ଡା, ରାଜୁ ମହାରଣା, ବିଟୁ ନାୟକ, ସୁପ୍ରିତୀ ଘୋଷ୍, ରାମଚନ୍ଦ୍ର ପଣ୍ଡା, ବୁଧିଆ ବେହେରା, ବବିତା ବେହେରା, ବସନ୍ତ ସ୍ବାଇଁ ଓ ମାମୁନୀ ସେଠୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।