ପମ୍ପ ହାଉସ୍ ରୁ ବିଦ୍ୟୁତ୍ ତାର ଚୋରି, ଜଳ ଯୋଗାଣ ଠପ୍

ଠାକୁରଗଡ଼,(ବୁଲୁ ଦଳେଇ):ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ଷୋଳ ପଦା ଡ଼ିଗ୍ରୀ କଲେଜ୍ ପାଖରେ ଥିବା ବସୁଧା ଯୋଜନା ରେ ଥିବା ପାଣି ପମ୍ପ ହାଉସ୍ ରୁ ଷୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମେସିନ୍ ରେ ଲାଗିଥିବା ବିଦ୍ୟୁତ୍ ତାର ଗୁଡ଼ିକ କାଟି ନେଇଯାଇ ଅଛି। ମଙ୍ଗଳ ବାର ସକାଳେ ପମ୍ପ ଡ୍ରାଇଭର ଦେବରାଜ ରାଉଳ ପାଣି ଛାଡି ବାକୁ ଯାଇଥିବା ବେଳେ ଏହା ଦେଖି ଠାକୁରଗଡ଼ ସରପଞ୍ଚ ଚାରୁଲତା ମିଶ୍ର ଓ RWSS ର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା ଙ୍କୁ ଫୋନ୍ ଯୋଗେ ଜଣାଇବା ପରେ ସେମାନଙ୍କ ପରାମର୍ଶ କ୍ରମେ ଠାକୁରଗଡ଼ ଥାନା ପୁଲିସ୍ ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ଥାନା ଆଇ ଆଇ ସି ନଟବର ନନ୍ଦ ନିକଟରେ ଥିବା ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାନୀୟ ଜଳ ଯୋଗାଣ ବନ୍ଦ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଜଳ ସମସ୍ୟା କୁ ସମାଧାନ କରିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଠାକୁରଗଡ଼ ଗ୍ରାମ ବାସୀ ଦାବି କରି ଛନ୍ତି।

https://biplabnews.com/wp-content/uploads/2024/04/WhatsApp-Video-2024-04-16-at-21.13.31_01beac88.mp4