ଚୈତ୍ର ମାସ ତୃତୀୟ ମଙ୍ଗଳବାର ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା

ଢେଙ୍କାନାଳ,୦୯.୦୪(ଶୁଭମ ପାଣି):ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ମା’ଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳ ବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ଫୁଲହାରରେ ସୁସଜ୍ଜିତ କରାଯାଇଥିଲା ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ପଣା ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ପହଡ ପଡ଼ିବ। ମନ୍ଦିରର ପୂଜକ ଆପୁଲ ରଣା ପୂଜାର୍ଚ୍ଚନା କରିଥିଲେ।