ଢେଙ୍କାନାଳ,୦୮.୦୪(ଶୁଭମ ପାଣି):ଢେଙ୍କାନାଳ ଭାଗିରଥୀ ସାଗର କୂଳ ଥିବା ବାବା ଆଖଣ୍ଡଳମଣି ପୀଠରେ ଆଜି ମଧୁ ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବିଭିନ୍ନ ଫୁଲ ବେଲପତ୍ର, ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ଅନ୍ନ ଧୂପ ସନ୍ଧ୍ୟା ଆଳତି, ସନ୍ଧ୍ୟା ସମୟରେ ଘର୍ଷଣ କରାଯିବା ସହ ପୂଜା ଅର୍ଚ୍ଚନା କରି ମେଳା ବେଶ କରାଯାଇଥିଲା । ଚୁଡାଘସା ଓ ପଣା ଲାଗି କରାଯାଇଥିଲା। ମନ୍ଦିର ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୁତି ଭୁଷଣ ପଣ୍ଡାଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା।