ତେଲୁଗୁ ନୂତନ ବର୍ଷ ଉଗାଦି ଉତ୍ସବ 2024 ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ବ

ରାୟଗଡା,୦୭.୦୪(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ଉତ୍କଳ ସମକ୍ଷ୍ୟ ପକ୍ଷରୁ ରାୟଗଡା ଜ଼ିଲ୍ଲା ସ୍ତରୀୟ ଉଗାଦି ଉତ୍ସବ 2024 ମହାଧୁମ ଧାମ ରେ ପାଳନ ନିମନ୍ତେ ରାୟଗଡା ସହର ନିକଟସ୍ଥ ଜାତୀୟ ରାଜପଥ 326 ରାସ୍ତା ଖଲିଗୁଡା ଠାରେ ପ୍ରସ୍ତୁତି ଜୋରସୋରେ ଆରମ୍ବ ହୋଇଯାଇଛି l ଆସନ୍ତା 9 ଓ 10 ତାରିଖ ଦୁଇ ଦିନ ଧରି ତେଲୁଗୁ ନୂତନ ବର୍ଷ ପାଳନ କରାଯିବ ଏଥିପାଇଁ ଜ଼ିଲ୍ଲା ର ତେଲୁଗୁ ସମ୍ପ୍ରଦାୟ ର ଜନସାଧାରଣ ବେଶ ଉତ୍ସାହ ର ସହ ପାଳନ ପାଇଁ ନିଜକୁ ପ୍ରସ୍ତୁତି ଆରମ୍ବ କରିଦେଲେଣି l ଉତ୍ସବ ର ପ୍ରଥମ ଦିନ 9 ତାରିଖ ରେ ପଞ୍ଚାଙ୍ଗ ପଠନ,ଉଗାଧି ପଚାଡି ଭିତରଣ, ଗୀତା ପ୍ରୟାନମ ଓ କବି ସମ୍ମେଳନମ ସାହି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ଓ 10 ତାରିଖ ରର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରସିଦ୍ଧ ଟୋଲୀ ୱଡ଼ ହେରୋଇନ ପାୟଲ ରାଜପୁତ ଟୋଲୀ ୱଡ଼ ଗାୟକ ଗାୟିକା ସହତି ଚାଗନ୍ତି, ରେଣୁ କୁମାର, ପର୍ଣ୍ଣିକା ମନୀୟ ଓ ଆଜ଼ିନ ନିଜ଼ାର ସଂଗତ ପରିବେଷଣ କରିବେ l ମାଣିକଣ୍ଠ ଓ ଭୂମିକା, ରାକେଶ, ରାନିଶା, ରାଜୁ, ତାନବି ପରିବାର ବହୁ କଳକତ ନୃତ୍ୟ ପରିବେଷଣ କରିବେ ବୋଲି ରାୟଗଡା ଜ଼ିଲ୍ଲା ସ୍ତରୀୟ ଉଗାଦି ଉତ୍ସବ କମିଟି ସଭାପତି କୋଣ୍ଡା ବାବୁ କାଭେନର ପି ଗୌରୀ ଶଙ୍କର ଜଣାଇଛନ୍ତି ଲେହି ଉତ୍ସବ କୁ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା,ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ,ସାଂସଦ ସପ୍ତଗିରି ଉଲାକା, ବିଧାୟକ ରାୟଗଡା ମକରନ୍ଦ ମୁଦୁଲି ଓ ଗୁଣୁପୁର ରଘୁନାଥ ଗମାଙ୍ଗ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଏସ ଡି ସି ସି ଅଧକ୍ଷା ଅନୁସୟା ମାଝୀ, ଜ଼ିଲ୍ଲା ଡ଼ମ ସମାଜ ସଭାପତି ଧନିରାମ ନାୟକ, କେ ଭି ଆର କୁମୁନ୍ଦନ ଓ ରାଇସିଂ ବିଡ଼ିକା ଯୋଗେଦେବାର କାର୍ଯ୍ୟକ୍ରମ ରହିଛି l ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଜ଼ିଲ୍ଲା ର ସମସ୍ତ ଜନସାଧାରଣ ଏହି ଉତ୍ସବ ରେ ଉପସ୍ଥିତ ରହି ପ୍ରସାଦ ସେବନ ସହିତ ସଂକୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ନିମନ୍ତେ କମିଟି ପକ୍ଷରୁ ସଭାପତି ନିବେଦନ କରିଛନ୍ତି

https://biplabnews.com/wp-content/uploads/2024/04/WhatsApp-Video-2024-04-07-at-12.48.20_3044745e.mp4