ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ପଦଯାତ୍ରା

ବ୍ରହ୍ମପୁର, ୬/୪ : ଭାରତୀୟ ଜନତା ପାର୍ଟିର ୪୪ ତ’ମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ପଦଯାତ୍ରା ପୂର୍ବାହ୍ନରେ ଖଲ୍ଲିକୋଟ କଲେଜ ନିକଟରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ,ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ ଦେଇ ଗାନ୍ଧୀନଗର ସ୍ଥିତ ମହାମାୟୀ କଲେଜ ନିକଟରେ ପହଞ୍ଚିଥିଲା । ଏହି ପଦଯାତ୍ରାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଓଡ଼ିଆ ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା ସୁରେଶ ପାଢ଼ୀ,ବନମାଳି ସେଠୀ, ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ସଂଯୋଜକ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ରତ୍ନଗର୍ଭା ସରସ୍ଵତୀ ଦେବୀ,ନିବେଦିତା ପାଢ଼ୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ଵାଳ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,କର୍ପୋରେଟର ସବିତା ସାହୁ,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମୋନିତା ଦାସ, ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପ୍ରମୁଖଙ୍କ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ । କାର୍ଯ୍ୟକର୍ତ୍ତା ମାନେ କମଳା ରଙ୍ଗର ଟି ସାର୍ଟ ପିନ୍ଧିଥିବାରୁ ସମଗ୍ର ଅଞ୍ଚଳ କେବଳ କମଳା ରଙ୍ଗ ହିଁ ଦେଖାଦେଇଥିଲା । ଜୟ ଶ୍ରୀ ରାମ, ଭାରତୀୟ ଜନତା ପାର୍ଟି ଜିନ୍ଦାବାଦ ଏବଂ ନରେନ୍ଦ୍ର ମୋଦି ଜିନ୍ଦାବାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିବା ସହ ବ୍ରହ୍ମପୁର ଜନସାଧାରଣଙ୍କ ପକ୍ଷରୁ ଏହି ପଦଯାତ୍ରାକୁ ବିପୁଳ ଜନ ସମର୍ଥନ ମିଳୁଥିବାର ଦେଖାଦେଇଥିଲା । ଗାନ୍ଧୀନଗର ସ୍ଥିତ ମହାମାୟୀ କଲେଜ ନିକଟରେ ଏହି ପଦଯାତ୍ରା ପହଞ୍ଚିବା ପରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଉଦଘାଟନ କରିଥିଲେ । କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡ଼ା ସୁବାସ ସାହୁଙ୍କ ଦ୍ଵାରା ବିଜେପିର ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା । ୧୯୮୦ ମସିହା ଏପ୍ରିଲ୍ ୬ ରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରଦ୍ଧେୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗେଇ ନେଇ ଆଜି ବିଶ୍ୱଗୁରୁ ହେଇପାରିଛନ୍ତି । ଦେଶବାସୀ ମୋଦି ଗ୍ୟାରେଣ୍ଟିକୁ ବିଶ୍ୱାସ କରୁଛନ୍ତି । ଆମେ ସେବା ଏବଂ ବିକାଶମୂଳକ ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯିବୁ । ଦେଶରେ ବିକାଶ ଧାରାରେ ସାମିଲ୍ ହେବା ପାଇଁ ଉଭୟ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିକୁ ଜିତାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବ୍ରହ୍ମପୁରର ବିକାଶ ପାଇଁ ପରିବର୍ତ୍ତନ ନିହାତି ଦରକାର ଏଥର ଲୋକେ ମନ ବଳେଇଛନ୍ତି ପରିବର୍ତ୍ତନ ନିଶ୍ଚୟ ହେବ ବୋଲି ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର କହିଛନ୍ତି । ଯୁଆଡ଼େ ଦେଖିବେ ଓରେଞ୍ଜ ସୁନାମି ତାହା ଆଜି ବ୍ରହ୍ମପୁରରେ ଏହି ବିଶାଳ ପଦଯାତ୍ରାରୁ ସ୍ପଷ୍ଟ ବାରି ପଡୁଛି । ଓଡ଼ିଶାରେ ଏଥର ଡ଼ବଲ୍ ଇଞ୍ଜିନ୍ ସରକାର ବୋଲି ଓଡ଼ିଆ ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ କହିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ମିଳିମିଶି ଏକଜୁଟ୍ ହୋଇ ରାଜ୍ୟରେ ଶାସନାଧୀନ ଚବିଶି ବର୍ଷର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ସରକାରକୁ ହଟେଇବା ପାଇଁ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ । ଆଜିର ଏହି ବିଶାଳ ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ରାଜେଶ ପଟନାୟକ,କୁଞ୍ଜବିହାରୀ ପଣ୍ଡା,ପ୍ରଦୀପ ନାୟକ,ସୁଶାନ୍ତ ସାମଲ,ସନ୍ତୋଷୀ ଦାସ,ପ୍ରେମଶିଳା ନନ୍ଦ,ସଶ୍ମିତା ଦାସ,ସୁଧାଶୁଂ ସେଠୀ,ଏନ୍.ଧନଞ୍ଜୟ ରାଓ,ସଞ୍ଜୟ ଜେନା,ଅନିଲ ପତି,ଏଲ୍.ଗୋପି,ପତିତପାବନ ଗନ୍ତାୟତ,ତିରୁମାଲା ରେଡ଼ୀ,ଶଙ୍କର ପ୍ରଧାନ,ପ୍ରଦୀପ ମିଶ୍ର,କମଲ୍ ପାତ୍ର,କିଶୋର ସାହୁ,ଡା.ରାମହରି ଖଣ୍ଡୁଆଳ,ମନୋଜ ପାଢ଼ୀ,ଏସ୍.ଶ୍ରୀନିବାସ,ରମେଶ ସେଠୀ,ଆନନ୍ଦ ମହାଙ୍କୁଡ଼,ଅନୁପ ପଣ୍ଡା,ବାଙ୍କନିଧି ସେଠୀ,ସଞ୍ଜୟ ନାୟକ,ରାମନାଥ ଗନ୍ତାୟତ ପ୍ରମୁଖଙ୍କ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏହି ପଦଯାତ୍ରାରେ ସାମିଲ୍ ହେଇଥିଲେ ।

ସୁନିଲ କୁମାର ସାହୁ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ସଂଯୋଜକ, ଭାରତୀୟ ଜନତା ପାର୍ଟି ।

https://biplabnews.com/wp-content/uploads/2024/04/WhatsApp-Video-2024-04-06-at-17.48.50_f2d2b7ff.mp4