ରାୟଗଡା,୦୬.୦୪(ଅମୁଲ୍ୟ ନିଶଙ୍କ):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରାୟଗଡା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା ପର ଠାରୁ ବିଜେଡି ଦଳ ରୁ ବହୁତ ନେତା କର୍ମୀ ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ବିଧାୟକ ପ୍ରାର୍ଥୀ ନୀ କୁ ବଦଳାଇବା ନିମନ୍ତେ ଦାବୀ ଜୋର ଧରିଥିଲା ସେଥିପାଇଁ ଆସନ୍ତୁଷ୍ଟ କର୍ମୀ ନେତା ମାନେ ଭୁବନେଶ୍ୱର ଯାଇ ରାୟଗଡା ବିଧାୟକ ପ୍ରାର୍ଥୀ କୁ ବଦଳାଅ ନହେଲେ ଆମେ ବିଜେଡି ପ୍ରାର୍ଥୀନୀ କୁ ହରେଇଦେବୁ ଧମକ ଦେଇଥିଲେ l ଇତିମଧ୍ୟରେ ବିଜେଡି ଦଳ ର ଶୀର୍ଷ ନେତୃବୃନ୍ଦ ଗତ କିଛି ଦିନ ଧରି ରାୟଗଡା ଜ଼ିଲ୍ଲା ର ଉଭୟ ଭାସ୍କର ରାଓ ଓ ସୁଧୀର ଦାସ ଙ୍କ ସହିତ ଆଲୋଚନା କରି ଶେଷରେ ଏହି ଘଟଣା ର ସମାଧାନ କରି ଜ଼ିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଭାସ୍କର ରାଓ ଙ୍କୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସହିତ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱ ଏଥି ସହିତ କାଶୀପୁର ର ଏକ ଟାଣୁଆ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର କୁ ରାୟଗଡା ବିଧାନସଭା ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଥିବା ଏକ ପ୍ରେସ ବିବୃତି ମାଧ୍ୟମରେ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ଆଦେଶ କ୍ରମେ ଭାସ୍କର ରାଓ, ସୁଧୀର ଦାସ ଓ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କୁ ନୂତନ ଭାବେ ବିଜେଡି ଜ଼ିଲ୍ଲା ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଓ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି ବୋଲି ରାଜ୍ୟ ବିଜେଡି ର ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ଲିଖିତ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି l ଆଗାମୀ ନିର୍ବାଚନ ଆଉ କିଛିଦିନ ବାକିଥିବା ବେଳେ ରାୟଗଡା ଜ଼ିଲ୍ଲା ବିଜେଡି ର ଏହି ପରିବର୍ତ୍ତନ ହୋଇଛି ତାହାକୁ ନରି ଜ଼ିଲ୍ଲା ରର ହାଟଚମଟ ସୃଷ୍ଟି ହୋଇଯାଇଛି l ନୂତନ ଜ଼ିଲ୍ଲା ସଭାପତି ଜ଼ିଲ୍ଲା ର ନିର୍ବାଚନ ମଙ୍ଗ ଧରି ପରିଚାଳନା କରିବେ ବୋଲି ସୂଚନା ମିଳିଛି l ଗୋଟିଏ ପଟ ପ୍ରାର୍ଥୀ ଘୋଷଣା ସାରିଥିବା ବେଳେ ଦଳରେ ଗ୍ୟାଷ୍ଟିକନ୍ଦଳ ବ୍ୟାପକ ରୂପେ ଧାରଣ କରିଥିଲା ଅସନ୍ତୁଷ୍ଟ ଙ୍କ ଦାବୀ ରାୟଗଡା ପ୍ରାର୍ଥୀ ବଦଳା ଯାଉ ନଚେତ ଜ଼ିଲ୍ଲା ସଭାପତି ଙ୍କୁ ହଟାଇ ନୂତନ ସଭାପତି କୁ ନିଜକ୍ତି ଦିଆଯାଉ ବୋଲି ଜିଦ ରେ ଅଟଳ ଥିଲେ ଅସନ୍ତୁଷ୍ଟ ଗୋଷ୍ଠି l ଦଳ ର ହିତ ଦୃଷ୍ଟି ରୁ ରାଜ୍ୟ ସ୍ତରୀୟ ବିଜେଡି ଦଳ ର ଶୀର୍ଷ ନେତୃ ବୃନ୍ଦ ଙ୍କ ସହିତ ବିଚାର ବିମର୍ଶ ପରେ ଜ଼ିଲ୍ଲା ସଭାପତି ପଦ ରୁ ସୁଧୀର ଦାସ ଦଳ ରୁ ଇସ୍ତଫା ଦେଇଥିବା ଦଳୀୟ ସୂତ୍ର ରୁ ଜଣାପଡିଛି l ସୁଧୀର ଙ୍କ ଇସ୍ତଫା ପରେ ନୂତନ ଭାବେ ଭାସ୍କର ରାଓ ଙ୍କୁ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଭବେ ନିଯୁକ୍ତି ମିଳିଛି l ନୂତନ ଭବେ ଦାୟିତ୍ୱ ମିଳିବା ପରେ ଜ଼ିଲ୍ଲା ସଭାପତି ଭାସ୍କର ରାଓ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ ସୁଚାର ରୂପେ ଚଳେଇବି l ଦଳ ର ସମସ୍ତ କର୍ମୀଙ୍କୁ ନେଇ ଆଗାମୀ ନିର୍ବାଚନ ରେ କାମ କରିବି ବୋଲି କହିଛନ୍ତି l ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପରେ ସୁଧୀର ଦାସ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ମୁଁ ଦଳର ଗୁଟେ ସାଧାରଣ କର୍ମୀ ଅଛି ରହିବି ମୋର କୌଣସି ପଦ ପଦବି ଦରକାର ନାହିଁ ମୋର ଚି଼ହ୍ନ ଶଙ୍କ ମୋର ଦଳ ବିଜେଡି ମୋର ନେତା ନବୀନ ପଟ୍ଟନାୟକ ମୁଁ କେବଳ ବିଜେଡି ଦଳ ପାଇଁ କାମ କରିବି କିନ୍ତୁ ଦଳ କୁ ବ୍ଲାକ ମେଲ କରିବି ନାହିଁ ମୁଁ ରାୟଗଡା ଜ଼ିଲ୍ଲା ରେ ବିଜେଡି ଦଳ ର ହିତ ପାଇଁ ସଭାପତି ପଦ ରୁ ଇସ୍ତଫା ଦେଇଦେଲି ବୋଲି ଦାସ କହିଛନ୍ତି l