ପାଣି ନାହିଁତ ଭୋଟ ନାହିଁ ଗାଁ ଭିତରକୁ କୁ ନେତା ଙ୍କୁ ପୁରେଇ ଦେବୁନି

ରାୟଗଡା,୦୫.୦୪(ଅମୁଲ୍ୟ ନିଶଙ୍କ):ଦେଶ ସ୍ୱାଧୀନତା ର ଦୀର୍ଘ 77 ବର୍ଷ ପରେ ମଧ୍ୟ୍ୟ ମୁନ୍ଦାଏ ପିଇବା ପାଣି ନିମନ୍ତେ ସାଙ୍ଗର୍ଷ କରିବା ସହିତ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶତାଧିକ ମହିଳା ପୁରୁଷ ରାୟଗଡା ଆସି ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ରାୟଗଡା ଜ଼ିଲ୍ଲା ଓ ବ୍ଲକ ସଦର ମୋହକୁମା ଠାରୁ ମାତ୍ର 13 କିଲୋମିଟର ଦୂରରେ କାରୁବାଇ ଗ୍ରାମପଞ୍ଚାୟତ ର ଅର୍ପଣା ଗ୍ରାମରେ l ସରକାର ନିଜର ସଫଳତା ର ଗାଥା କୁ ଗାଈ ଚାଲିଛନ୍ତି ପ୍ରତ୍ୟକ ଗାଁ କୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ରେ ସକ୍ଷମ ହୋଇଛି ବୋଲି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଫୋଟ ରଖି ବଡ଼ ବଡ଼ ହର୍ଡିଙ୍ଗ ମାନ ପ୍ରତ୍ୟକ ଗ୍ରାମ ରେ ଦେଖିବା କୁ ମିଳୁଛି ହର୍ଡିଙ୍ଗ ରେ ପାନୀୟ ଜଳ ମିଳୁଛି କିନ୍ତୁ ଗ୍ରାମ ବାସୀଙ୍କୁ ପାନୀୟ ଜଳ ମିଳୁନାହିଁ ବୋଲି ଅର୍ପଣା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଭିଯୋଗ କରିଛନ୍ତି l ଏହି ଗ୍ରାମରେ ପ୍ରାୟ 65 ଆଦିବାସୀ ପରିବାର ର ପ୍ରାୟ 500 ରୁ ଉର୍ଦ୍ଧ ବ୍ୟକ୍ତି ବସ ବସ କରନ୍ତି ମୁନ୍ଦାଏ ପିଇବା ପାଣି ପାଇଁ ଗାଁ ନିକଟରେ ଥିବା ଝରଣା ଉପରେ ନିର୍ଭର କରନ୍ତି ଏହି ଝରଣା ରେ ଗାଧୁଆ ସାହିତ କପଡା ସଫା ସୁତୁରା କରି ଏହି ଜଳ ପାନୀୟ ଜଳ ରୂପେ ବ୍ୟବହାର କରି ବହୁ ରୋଗରେ ପୀଡିତ ହୋଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି l ଗାଁ ରେ ଥିବା ଦୁଇଟି ଟ୍ୟୁବ ବେଲ ରୁ ଗୋଟିଏ ସମ୍ପୂର୍ଣ୍ଣ ଖରାପ ଅନ୍ୟଟି ପାଇପ ରୁ ମୁଣ୍ଡ ବାହାର କରିନେଇଛିନ୍ତି ଗାଁ କୁ ଆସିଥିବା ପାଇପ ଲାଇନ ରେ ପାଣି ଆସୁନାହିଁ l ଗ୍ରୀଷ୍ମ ଋତୁ ଆରମ୍ଭ ରୁ ପାଣିର ଘୋର ଅଭାବ ଓ ବର୍ଷା ଦିନେ ଝରଣା କୁ ଯିବା ପଶିଣ ରାସ୍ତା ମଧ୍ୟ୍ୟ ନାହଁ l ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ଗତ 20/11/2023ଅର୍ପଣା ନଦିଘାଟ ର ଉନ୍ନତି କରଣ ପାଇଁ 3 ଲକ୍ଷ ଟଙ୍କା ର ଫଳକ ମରାଯାଇଛି କିନ୍ତୁ କାମ ଶୂନ l ଏହି ବିଷୟରେ ଜ଼ିଲ୍ଲା ପ୍ରସାଶନ, ବିଧାୟକ, ମନ୍ତ୍ରୀ, ସାଂସଦ ଓ ଜ଼ିଲ୍ଲା ପରିଷଦ ରେ ଙ୍କୁ ଜଣାଇ ଥକି ଗଲୁଣି ଆମର ଗୁହାରି କେହି ଶୁଣୁନାହାନ୍ତି ଆମେ କଣ ଭୋଟ ଦେଉନାହୁଁ କି ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚନ ସମୟରେ ଗାଁ କୁ ବହୁତ ପ୍ରତିଶୃତି ଦିଅନ୍ତି କିନ୍ତ ସେହି ପ୍ରତିଶୃତି ପାଣିରେ ଗାର ସଦୃଶ୍ୟ ବୋଲି ଗ୍ରାମ ବାସି କହିଛନ୍ତି l ବିଧାୟକ ଙ୍କୁ ଆମେ ମିଶିବା ପାଇଁ ଗଲେ ତାଙ୍କୁ ଦେଖାସାକ୍ଷାତ ହୋଇପାରିବାର ନାହିଁ ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ କୁ ମିଶି ଫେରୁ ବିଧାୟକ ମଧ୍ୟ୍ୟ 5 ବର୍ଷ ବିଧାୟକ ସମୟରେ ଆମ ଗାଁ କୁ ଥରେ ମଧ୍ୟ୍ୟ ଆସିନାହାନ୍ତି l ଚଳିତ ନିର୍ବାଚନ ପୂର୍ବରୁ ଆମ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ତା ଣ କରନ୍ତି ତେବେ ଆମେ ଭୋଟ ବର୍ଜନ କରିବା ସହିତ ଗାଁ ମଧ୍ୟ୍ୟ କୁ କୌଣସି ରାଜନେତା କର୍ମୀ ମନ୍ତ୍ରୀ ବିଧାୟକ ସାଂସଦ ଙ୍କୁ ପୂରେଇଦେବୁନି ବୋଲି l

https://biplabnews.com/wp-content/uploads/2024/04/WhatsApp-Video-2024-04-05-at-07.36.47_017d31a6.mp4