ଢେଙ୍କାନାଳ ର ନୂତନ ଜିଲ୍ଲାପାଳ ଙ୍କ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ

ଅଦ୍ୟ ତା 28/03/2024 ରିଖ ଗୁରୁବାର ଦିନ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳର ସଭାପତି ଆଇନଜୀବୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ ଓ ସମ୍ପାଦକ ତଥା ଆଡ଼ଭୋକେଟ ଶ୍ରୀ ଚିତ୍ରସେନ ନାଏକ ଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକର୍ତା ମାନେ ମିଳିତ ଭାବରେ ନୂତନ ଜିଲ୍ଲାପାଳ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ଡ଼ ଆମ୍ବେଦକର ଓ ଗୌତମ ବୁଦ୍ଧ ଙ୍କଫୋଟୋ ଚିତ୍ର ଅର୍ପଣ କରି ସମ୍ବର୍ଦ୍ଧନା ଜଣାଇବା ସହିତ ଆମ୍ବେଦକର ଭବନ ପୁନଃ ନିର୍ମାଣ ପାଇଁ ସ୍ମାରକ ପତ୍ର ଦେଇଥିଲେ।ଏହାର କେନ୍ଦ୍ର ଠାରେ ଥିବା ଆମ୍ବେଦକର ଭବନ କୁ ବେଆଇନ ଭାବେ ରାଜସ୍ବ ବିଭାଗ ଓ ଢେଙ୍କାନାଳ ମୁନିସିପାଲିଟି ଭାଙ୍ଗିଦେବା ସହିତ ସଂଗଠନ ର ଆସବାବ ପତ୍ର ନଷ୍ଟ କରି ସମ୍ବିଧାନ ପ୍ରଣେତା ଡ ଆମ୍ବେଦକର ଙ୍କୁ ଅସାମ୍ମନିତ କରିଛନ୍ତି। ଏହା ବିରୋଧ ରେ ଗତ ତା 9/2/2024 ରିଖ ରେ ପୂର୍ବତନ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଥିଲା।ମହାପୁରୁଷଙ୍କ ନାମରେ ଭବନ ନିର୍ମାଣ ବଦଳରେ ଭାଙ୍ଗି ଧୂଳିସାତ କରାଯାଇଛି। ଏହାର ପ୍ରତିବାଦ ରେ ସଂଗଠନ ର କାର୍ଯ୍ୟକର୍ତା ମାନେ କ୍ଷୋଭ ପ୍ରକାଶ କରି ପୁନଃ ଆମ୍ବେଦକର ଭବନ ନିର୍ମାଣ କରିବାକୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି।ନିର୍ବାଚନ ପରେ ଆମ୍ବେଦକର ଭବନ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ।କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା କାର୍ଯ୍ୟକର୍ତା ମାନଙ୍କ ମଧ୍ୟରେ ଅବିନାଶ ଜେନା, ଅଜିତ ମାଲିକ, ସୁଧାକର ଜେନା, ଅଜୟ ସେଠି, ଅନନ୍ତ ନାଏକ, ଗୌତମ ପାତ୍ର, କଳ୍ପନା ବେହେରା, ପ୍ରଶାନ୍ତ ନାଏକ, ଫକୀର ବେହେରା, ଗୌତ୍ତମ ବେହେରା, ଶଶୀକାନ୍ତ ମହାନ୍ତି, ଅକ୍ଷୟ ମାଲିକ, ହାଡିବନ୍ଧୁ ରାଉତ, ଦୋଳଗୋବିନ୍ଦ ସାହୁ, ଧ୍ରୁବଚରଣ ବିଶ୍ୱାଳ, ପଦ୍ମିନୀ ନାଏକ, ପ୍ରଦ୍ୟୁମ୍ନ ନାଏକ, ଦୀପକ ଗୋଛାୟତ ଓ ସରସ୍ବତୀ ନାଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।(ଚିତ୍ରସେନ ନାଏକ, ସମ୍ପାଦକ,Mob-7008178749 )