ମାଲିଗାଁ ଠାରେ ଅନୁଷ୍ଠିତ ଜାତୀୟ ଭଲି ବଲ ଟୁର୍ନାମେଣ୍ଟ ଉଦଯାପିତ

ରାୟଗଡା,୨୪.୦୩(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ମାଲିଗାଁ ପଞ୍ଚଯାତ ର ସଦର ମୋହକୁମା ମାଲିଗାଁ ଠାରେ ତିନି ଦିନ ବ୍ୟାପି ଚାଲିଥିବା ଜାତୀୟ ଭଲି ବଲ ଟୁର୍ନାମେଣ୍ଟ ର ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ରାୟଗଡା ଟ୍ରକମାଲିକ ସଙ୍ଘ ସଭାପତି ତଥା ବିଜେଡି ର ଟାଣୁଆ ସଂଗଠକ ୟାଲା କୋଣ୍ଡା ବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାଇନେଲ ଖେଳ ର ବିଜେତା ଓ ଉପବିଜେତା ଦଳ କୁ ପୁରସ୍କାର ବିତରଣ କରିଥିଲେ lଏହି ଟୁର୍ନାମେଣ୍ଟ ର ଆୟୋଜନ ଦ୍ୱାରା ଗାଁ ଗାଁ ସହର ସହର ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହିତ ଉତ୍ତମ ସମ୍ପର୍କ ରହିଥାଏ l ଖେଳାଳି ମାନେ ହୃଷ୍ଟ ପୃଷ୍ଟ ରହିଥାନ୍ତି ବୋଲି କହିଥିଲେ କୋଣ୍ଡା ବାବୁ l ଏହି ଉଦଯାପନୀ ଖେଳ ଟି ମୋଦେର ଅଫ ଗୋଡ଼ କୋତାପେଟା ଓ ଓଡିଶା ପୋଲିସ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ, ବରିଷ୍ଠ ବିଜେଡି ନେତା ତଥା ମାଲିଗାଁ ର ପୂର୍ବତନ ସରପଞ୍ଚ କାଶୀ ନାଇଡ଼ୁ, ରାୟଗଡା ଲ୍ୟାମ୍ପ ସଭାପତି ଚକ୍ରଧର ବିଡ଼ିକା, ଆଇନଜୀବୀ ବିରଜା ପାତ୍ର,ବିଶିଷ୍ଟ ୟୁବ ସମାଜ ସେବୀ କେ ସି ପଟ୍ଟନାୟକ, ଜ଼ିଲ୍ଲା ୟୁବ ବିଜେଡି ସାଧାରଣ ସମ୍ପାଦକ କେ ଶ୍ରୀନିବାସ, ମାନିରାତନମ, ରାଜ୍ୟ ଛାତ୍ର ଜନତା ସମ୍ପାଦକ ବିନାୟକ ପୋଲାଈ,ଜ଼ିଲ୍ଲା ଭଲି ବଲ ଆସୋସିଏନ ସଭାପତି ନାଗି ରବି ରେଡି,ଚାର୍ଟଡ଼ ଏକାଉଣ୍ଟ ଡି ପୃଥ୍ୱୀରାଜ,, ମଧୁସୂଦନ କରକାରିଆ, ହରିହର ହିମରିକା, ଡିଡୁ କୋଣ୍ଡାଗୋରୀ, ବଡ଼ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡା ଗୋରୀ ଯୋଗ ଦେଇଥିଲେ l ଏହି ତିନିଦିନ ଧରି ଚାଲିଥିବା ଟୁର୍ନାମେଣ୍ଟ କୁ ସଭାପତି ଶମ୍ଭୁ କୀଲାକା, ସମ୍ପାଦକ ରାଜୁ ହୁଇକା, ଯୁଗ୍ମ ସମ୍ପାଦକ ଗଙ୍ଗାଧର ହୁଇକା, ଲଚରା ପେଦିନ୍ତି ଓ ରାଜାରାଓ ହୁଇକା, ଜଗନ୍ନାଥ ହୁଇକା ରଘୁନାଥ ହୁଇକା, ହରି ହୁଇକା ଓ ହରି ବିଡ଼ିକା ପରିଚାଳନା କରିଥିଲେ l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାର ଖେଳାଳି ମାନେ ଏହି ଟୁର୍ନାମେଣ୍ଟ ରେ ଛତିଶଗଡ଼ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସହିତ ଖୋର୍ଦ୍ଧା ପୋଲିସ, ଭଦ୍ରକ ଓ ସ୍ଥାନୀୟ ଅଞ୍ଚଳ କେତୋଟି ଦଳ ଏହି ଟୁର୍ନାମେଣ୍ଟ ରେ ଭାଗ ନେଇ ବେଶ ଖୁଶୀ ଅନୁଭବ କରିଥିଲେ l ବିଜେତାଖୋର୍ଦ୍ଧା ପୋଲିସ ଦଳ କୁ ନଗଦ ରାଶି 50 ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ମୋଦେର ଅଫ ଗୋଡ଼ ଦଳ କୁ ମଧ୍ୟ୍ୟ ନଗଦ 30 ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ଓ ତାହା ସହିତ ବେଷ୍ଟ ପ୍ଳେର, ବେଷ୍ଟ ନେଟର, ବେଷ୍ଟ ହିଟର କୁ ମଧ୍ୟ୍ୟ କପ ପ୍ରଦାନ କରାଯାଇଛି l ଏହି ଟୁର୍ନାମେଣ୍ଟ ଟି ଦିବା ରାତ୍ରି ଖେଳହୋଇଥିଲା ଏହି ଟୁର୍ନାମେଣ୍ଟ ଟି ଆମ ମାଲିଗାଁ ପାଇଁ ବହୁତ ସମ୍ମାନ ଆଣିଛି ବୋଲି ବିଜେଡି ନେତା କାଶୀନାଇଡ଼ୁ କହିଛନ୍ତି ll ଏହି ଖେଳ ଦେଖିବା ନିମନ୍ତେ ତିନି ଦିନ ଧରି ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସା ହିତ କରିଥିଲେ l

https://biplabnews.com/wp-content/uploads/2024/03/WhatsApp-Video-2024-03-24-at-00.11.43_bd9d1851.mp4