ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରତିବାଦ

ବ୍ରହ୍ମପୁର ୨୩/୩(ଶ୍ରୀକାନ୍ତ କୁମାର ବେହେରା): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଛକରେ ମୋଦିଙ୍କ ପାଳିତ ସଂସ୍ଥା ED ଦ୍ୱାରା କେଜ୍ରିୱାଲଙ୍କୁ ଗିରିଫ କରିବା ପ୍ରତିବାଦରେ ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରତିବାଦ କରି ଭାପୁର ବଜାର, ଗିରି ମାର୍କେଟ ଅର୍ଣ୍ଣପୂର୍ଣ୍ଣା ବଜାର ଅଂଚଳ ପରିକ୍ରମା କରାଯାଇଥିଲା l କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସୁବାଷ ରାଉତ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ନଗର ସଭାପତି ସି. ହରପ୍ରସାଦ, ସୁକାନ୍ତ ପାଣିଗ୍ରାହୀ, ଦିନେଶ ରାଜ, , ସତ୍ୟପ୍ରକାଶ ସେଠୀ, ଧୀରେନ୍ଦ୍ର ସାବତ, ସୁନୀଲ ଆଚାର୍ଯ୍ୟ, ସୁଦର୍ଶନ ମଲିକ, ନିଭାସ୍ମିତା ପ୍ରଧାନ, ଅଜାମ୍ବିଳ ବିଶ୍ୱାଳ, ସୁରେଶ ସାହୁ ପ୍ରମୁଖ ମୋଦୀ ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତାରେ ବିକ୍ଷୋଭ କରିଥିଲେ ।