ଢେଙ୍କାନାଳ,(ଶୁଭମ ପାଣି): ଶ୍ରୀଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ଶ୍ରୀ ଦୋଳଗୋବିନ୍ଦଜୀଉଙ୍କ ଦୋଳ ଉତ୍ସବ ଗତ ୧୯ ତାରିଖ ମଙ୍ଗଳବାର ଦିନ ଭିତର ଫଗୁ ସହ ଆରମ୍ଭ ହୋଇଅଛି । ଅଦ୍ୟ ୨୧ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀ ଦୋଳଗୋବିନ୍ଦ ଜୀଉ ଶ୍ରୀରାଧାଙ୍କ ସହ ପ୍ରତିଦିନ ସନ୍ଧ୍ୟା ସମୟରେ ବିମାନରେ ବସି ପରିକ୍ରମାରେ ବାହାରିବେ ଓ ଶ୍ରଦ୍ଧାଳୁଙ୍କ ଗୃହ ପ୍ରାଙ୍ଗଣ ରୁ ଭୋଗ ଗ୍ରହଣ କରିବେ । କାର୍ଯ୍ୟକ୍ରମ ଅନୁଯାୟୀ ୨୪ ତାରିଖ ଦୋଳ ପୂର୍ଣ୍ଣମୀ ଦିନ ନିଜ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହି ଦୋଳ ଉତ୍ସବ ଟ୍ରଷ୍ଟ ଅଧ୍ଯକ୍ଷ ଲଳିତ କୁମାର ପଟ୍ଟନାୟକ, ପୂଜାକମିଟି ସଭାପତି ରବି ନାରାୟଣ ମହାନ୍ତି, ଟ୍ରଷ୍ଟ ଉପାଧ୍ଯକ୍ଷ ବିରଂଚି ନାରାୟଣ ସାହୁ, ଟ୍ରଷ୍ଟ ସଂପାଦକ ଲୋକନାଥ ମହାପାତ୍ର, ପୂଜା କମିଟି କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ପୂଜା କମିଟି ସଂପାଦକ ପିତବାସ ସାହୁ, କୋଷାଧ୍ୟକ୍ଷ ଦୟାନିଧୁ ବେହେରା, ଉପସଭାପତି ଉଦୟନାଥ ବେହେରା, ଶ୍ରୀକାନ୍ତ ମହାପାତ୍ର, ଟ୍ରଷ୍ଟି ଦିଲ୍ଲୀପ କୁମାର ସାହୁ, ଗିରିଜା ଶଙ୍କର ସାହୁ, ହେମନ୍ତ କୁମାର ପଟ୍ଟନାୟକ, ପ୍ରଭାତ କୁମାର ଦଳେଇ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସଦାନନ୍ଦ ସାହୁ, ସୁବ୍ରତ କୁମାର ସାହୁ ଓ ଅନ୍ୟ ସଭ୍ୟମାନଙ୍କ ତତ୍ତ୍ୱାବଧାନ ଓ ସହଯୋଗରେ ପାଳିତ ହେଉଅଛି ।