ପଦ୍ମପୁର ରେ ଐତିହାସିକ ଦୋଳଯାତ୍ର ଅନୁଷ୍ଠିତ

ରାୟଗଡା,(ଅମୁଲ୍ୟ ନିଶଙ୍କ) : ଦକ୍ଷିଣ ଓଡିଶା ର ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ପଦ୍ମପୁର ଗ୍ରାମ ରେ ସର୍ବ ପୁରାତନ ଐତିହାସିକ ଦୋଳଯାତ୍ର 20 ତାରିଖ ରୁ ଆରମ୍ବ ହୋଇ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l 20 ତାରିଖ ଭୋର ସମୟରୁ ପଦ୍ମପୁର ର ରାଧାକୃଷ୍ଣ ଯୁଗଳ କିଶୋର ମହାପ୍ରଭୁ ଙ୍କ ବିଭିନ୍ନ ନୀତିକାନ୍ତି ସହିତ ସଖାଳୁ ମଙ୍ଗଳ ଆରତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ସହିତ ସନ୍ଧ୍ୟା ରେ ଯୁଗଳ ମୂର୍ତ୍ତି ଙ୍କ ବିଜେ ପ୍ରତିମା ମନ୍ଦିର ମଧ୍ୟରେ ଫଗୁ ଖେଳିଥିଲେ l ଆସନ୍ତା 21 ତାରିଖ ରେ ଠାକୁର ଙ୍କ ଯୁଗଳ ମୂର୍ତ୍ତି କୁ ଏକ ସୁଶୋଜିତ ବିମାନ ରର ମନ୍ଦିର ର ସିଂହଦ୍ୱାର ପର୍ଯ୍ୟନ୍ତ ଅଣାଯିବ ଫଗୁ ଖେଳ ପରେ ମନ୍ଦିର ଭିତର କୁ ନିଆଯିବ l 22 ତାରିଖ ଠାରୁ ଏକ ସୁଶୋଜିତ ବିମାନରେ ଶ୍ରୀରାଧାକୃଷ୍ଣ ଙ୍କ ଯୁଗଳ ଚଳନ୍ତି ପ୍ରତିମା ଗ୍ରାମ ସାରା ପରିକ୍ରମା କରାଯିବ ପୁର୍ଣିମା ଆଗ ଦିନ ରାତିରେ ଠାକୁର ଙ୍କ ଗ୍ରାମ ପରିକ୍ରମା ପରେ ମୋଘା ପୋଡି ଉତ୍ସବ ଅନୁଷ୍ଠିତ ହେବ l ଏହି ସମୟରେ ହଜାର ହଜାର ସଂଖ୍ୟାରେ ପୋଡସି ଆନ୍ଧ୍ର ପ୍ରଦେଶ, ଓଡିଶା ଗଞ୍ଜାମ, ଗଜପତି ଜ଼ିଲ୍ଲା ରୁ ଭକ୍ତ ଙ୍କ ସମାଗମ ହୋଇଥାଏ l ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ମୋଘା ପୋଡି ଦିନ ଠାରୁ ଶ୍ରୀ ଶ୍ରୀ ଗୋପୀନାଥ ନାଟ୍ୟ ସଂଘ ଟୂବୁରିରାଇ ଗଞ୍ଜାମ ଜ଼ିଲ୍ଲା ର ଲକ୍ଷ୍ମୀ ପୂରଣ ସହ ଗଞ୍ଜାମ ଜ଼ିଲ୍ଲା ର ପ୍ରସିଦ୍ଧ ଲୋକନାଟକ ଢମକେଇ ଗ୍ରାମ ର ଭକ୍ତ ପ୍ରହଲ୍ଲାଦ ନାଟକ କରାଯିବ ବୋଲି ମନ୍ଦିର ପରିଚାଳକ ବଂଶୀଧର ପାଣିଗ୍ରାହୀ କହିଛନ୍ତି l