ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ପୌରାଂଚଳ ଅନ୍ତର୍ଗତ ଶିମିଳିଆ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ସୂଚାରୁ ରୂପେ ପାଳନ ହୋଇଯାଇଅଛି । ସକାଳ ୭ ଘଟିକା ସମୟରେ କଳସଯାତ୍ରା ଆରମ୍ଭ କରାଯାଇ ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ଓ ହୋମକାର୍ଯ୍ୟ ଯଥା ସମୟରେ କରାଯାଇଥିଲା । ପୂଜକ ରୁଦ୍ରନାରାୟଣ କବିଶତପଥୀ ପୌରହିତ୍ୟ କାର୍ଯ୍ୟ କରିଥିଲେ। ଗ୍ରାମର ରମଣି ରଂଜନ ଦାସ, ବଳଭଦ୍ର ବେହେରା, ବହ୍ଲବ ବେହେରା, ନଗେନ୍ ବେହେରା, ରାଧୁଆ ବେହେରା, ମୂରଲୀଧର ଷେଣ୍ଢ, ବିନୋଦ ବେହେରାଙ୍କ ସହିତ ଶିମିଳିଆ ଗୋପାଳ ସମାଜର ସମସ୍ତ ସଦସ୍ୟବୃନ୍ଦ ସହଯୋଗ କରିଥିଲେ । ମଧ୍ୟାହ୍ନରେ ସଂକୀର୍ତନ ମଣ୍ଡଳୀଙ୍କ ସମେତ ଭକ୍ତମାନେ ପ୍ରସାଦସେବନ କରିଥିଲେ ।