ନାବାଳିକା କୁ ଅପହରଣ ଓ ହତ୍ୟାକାରୀ କୁ ଆଜୀବନ ଜେଲ ଓ ଜରିମାନା

ରାୟଗଡା,୧୭.୦୩(ଅମୁଲ୍ୟ ନିଶଙ୍କ): ରାୟଗଡା ପୋଲିସ ଜ଼ିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ପୋଲିସ ଥାନା ଅଧୀନରେ 2019 ଡିସେମ୍ବର 23 ତାରିଖ ରେ ଏକ ମାମଲା ରାଜୁ ହୋଇଥିଲା l ସୂଚନା ଯୋଗ୍ୟଯେ ଚାନ୍ଦପୁର ରେ ଏକ ମେଳା ଚାଲିଥିଲା ଦୁଇ ଭାଇ ଭଉଣୀ ମେଳା କୁ ଆସି ଖେଳନା ଖରିଦି କରିବା ସମୟରେ ସେହିଠାରେ ଅଭିଯୁକ୍ତ ସେବା ବାଗସିଂ ପହଂଚି ଦୁଇ ଭାଇ ଭଉଣୀ କୁ ଚକଲେଟ ଦେଇ ତାଙ୍କ ଘରେ ଛାଡ଼ିଦେବି ବୋଲି କହିଥିଲା l ସେହିଠାରୁ ବାହାରି କିଛି ରାସ୍ତା ଗଲା ପରେ ଭାଇ ସମୁଖ ରେ ଭଉଣୀ କୁ ଜଙ୍ଗଲ ମଧ୍ୟ୍ୟ କୁ ଟାଣି ଟାଣି ନେଇଥିଲା l ଭଉଣୀ କୁ ଟାଣି ନେବା ର ଦେଖି ଭାଇ ନିରୁପାୟ ହୋଇ ଘର କୁ ଯାଇ ବାପା ମା ଙ୍କୁ ଜଣାଇଥିଲା l ତତକ୍ଷଣତ ପରିବାର ବର୍ଗ ଓ ଗାଁ ଲୋକେ ଆସି ଝିଅ ଟିକୁ ଖୋଜିଥିଲେ କିନ୍ତୁ ଝିଅ କୁ ପାଇନଥିଲେ l ଶେଷରେ ଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ନିଖୋଜ ଝିଅ ର ମୃତ ଦେହ କୁ ପୋଲିସ ଉଦ୍ଧାର କରି ଘଟଣା ର ତଦନ୍ତ କରି ଅଭିଯୁକ୍ତ ସେବା ବାଗସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଘଟଣା ର ସମସ୍ତ27 ଜନ ସାକ୍ଷୀ ଙ୍କ ପ୍ରମାଣ କୁ ବିଚାର କରି ରାୟଗଡା ପୋଷ୍କ କୋର୍ଟ ସ୍ୱତନ୍ତ୍ର ବିଚାରପତି ଶ୍ଵେତା ମିଶ୍ର ବିଚାରା ଧୀନ କୈଦି ସେବା ବାଗସିଂ କୁ ଆଜୀବନ କାରାଦଣ୍ଡ ସହିତ 10 ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି l ପୋଷ୍କ କୋର୍ଟ ସ୍ୱତନ୍ତ୍ର ସରକାରୀ ଓକିଲ ବିରଜା ପ୍ରସାଦ ଅଭିଯୁକ୍ତ ଦୋଷୀ ସେବା ବାଗସିଂ କୁ ଆଜୀବନ କାରାଦଣ୍ଡ ସହିତ 10 ଟଙ୍କା ଜରିମାନା ବିଷୟରେ ସୂଚନା ଦେଇଛନ୍ତି l ପୁଣି ପାତ୍ର କହିଛନ୍ତି ଯେ ଏଭଳି ରାୟ ସମାଜରେ ଘଟୁଥିବା ଅପରାଧ କୁ ରୋକିବାରେ ସାହାଯ୍ୟ ଜାରିବାରେ ଓ ଅପରାଧୀ ମାନେ ନାବାଳିକା ଙ୍କ ପ୍ରତି କରୁଥିବା ଅତ୍ୟାଚାର କୁ ଏହି ଦଣ୍ଡ ବିଧାନ ଦ୍ୱାରା ଭୟଭୀତ ହୋଇ ଜାଗ୍ରତ ହେବେ ବୋଲି କହିଛନ୍ତି l