ଗୁଡାରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ୟୁଥ ଫର ଚେଞ୍ଜ ଯୁବ ଗୋଷ୍ଠୀ

ରାୟଗଡା,୧୬.୦୩( ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ଗୁଡାରି ସହରର ଯୁବଗୋଷ୍ଠୀ “ୟୁଥ ଫର ଚେଞ୍ଜ” ସଦସ୍ୟ ମାନେ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ ସାକ୍ଷାତ କରି ଅଂଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ l ଅଂଚଳର ୦୯ ଗୋଟି ସମସ୍ୟାରେ ମୁଖ୍ୟତଃ ଗୁଡାରି ରୁ ରାଜଧାନୀ କୁ ସରକାରୀ ବସ ଚଳାଚଳ, ବିଜ୍ଞାନ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ପ୍ରସ୍ତାବିତ ବିଜୁ ଏକ୍ସପ୍ରେସ ୱେ ଗୁଡାରି ନିକଟ ଦେଇ ଯିବା, ଡିଗ୍ରୀ କଲେଜର ସ୍ଥାୟୀ ଗୃହ, ଗୁଡାରି -ବିଷମକଟକ ରାସ୍ତା ଭାୟା କରଲାଘାଟି ର ମରାମତି ସହ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର, ପ୍ରସ୍ତାବିତ ବାଲିଗୁଡା -ଗୁଣୁପୁର ଜାତୀୟ ରାଜପଥ ଗୁଡାରି ଦେଇ ଯିବା ସମଗ୍ର ଗୁଡାରି ବ୍ଲକ ରେ ପାନୀୟଜଳ ର ଘୋର ଅଭାବ ଇତ୍ୟାଦି ଦାବି ଜଣାଇଥିଲେ । ଜିଲ୍ଲାପାଳ ଦାବୀ ଗୁଡିକ ସମ୍ପର୍କ ରେ ଆଲୋଚନା ପରେ ପଦକ୍ଷେପ ନେବି ବୋଲି ପ୍ରତିଶୃତି ଦେଇଛନ୍ତି।ଏହି ଦାବିପତ୍ର ପ୍ରଦାନ ସମୟରେ ଗୁଣୁପୁର ଉପଜିଲ୍ଲାପାଳ କିରଣ ଦୀପ କୌର ସାହୋଟା ଏବଂ ଗୁଡାରି ବିଡ଼ିଓ ଅନିଶା ଦାସ ଉପସ୍ଥିତ ରହିଥିବା ବେଳେ ” ୟୁଥ ଫର ଚେଞ୍ଜ” ସଦସ୍ୟ ଦୀପକ ନିମାଲ,ରଞ୍ଜନ କୁମାର ରଥ, ଭି. ଆଦିତ୍ୟ ନାରାୟଣ, ଏସ ମିନକେଶ, ଏମ. ଗୌତମ, ଭି.କଳିକେଶ ପ୍ରମୁଖ ଉପସ୍ଥିତ ଥିଲେ।

blob:https://biplabnews.com/e118c5bc-21ed-4816-8f6d-1a2e83cce811