ଜୟପାଟଣା ଏନ୍ ଏ ସି ଘୋଷଣା; ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ପ୍ରଦୀପ କୁମାର ଦିଶାରୀ ।

ମୁଖୀ ଗୁଡ଼ା, ଜୟପାଟଣା (ଅରୁଣ କୁମାର ସାହୁ):-ରାଜ୍ୟ ସରକାର ଗତ ୨୪ ଫେବୃୟାରୀ ଦିନ ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ ଏ ସି) ଘୋଷଣା କରିଥିଲେ। ସେଥିରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୁ ମିଳିଲା ଏନ୍ ଏ ସି ମାନ୍ୟତା । ଦୀର୍ଘ ଦିନଧରି ହୋଇ ଆସୁଥିବା ଜୟପାଟଣା ଅଞ୍ଚଳବାସୀ ଙ୍କ ଦାବୀ ପୂରଣ ହୋଇଛି ଜୟପାଟଣା କୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି। ତେବେ ଆଜି ଜୟପାଟଣା ଅଞ୍ଚଳ ବାସୀ ତରଫ ରୁ ରାଜବାଟି ସମ୍ମୁଖ ରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଯାଇଅଛି। ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏହି ସଭାରେ ବହୁ ଜନ ସାଧାରଣ ଉପସ୍ଥିତ ରହିଥିବା ଦେଖିବା ପାଇଁ ମିଳିଛି।ଏହାକୁ ନେଇ ଖୁସି ରେ ଅଞ୍ଚଳ ବାସୀ ଜୟପାଟଣା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ଘୋଷଣା ପରେ ମାନ୍ୟବର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ଅଞ୍ଚଳବାସୀ ଦୀର୍ଘ ଦିନଧରି ଦେଖିଥିବା ସପ୍ନ ଆଜି ପୂରଣ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଜୟପାଟଣା ପଞ୍ଚାୟତ ୧୫ ଗୋଟି ୱାର୍ଡ କୁ ନେଇ ଗଠିତ।ଏହାର ଜନସଂଖ୍ୟା ୧୦ ହଜାର ରୁ ଉର୍ଦ୍ଧ ରହିଛି। ଏହି ଏନ ଏ ସି ଗଠନ ପାଇଁ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଅପ୍ରାଣ ଉଦ୍ୟମ ଜାରି ରହିଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ଼ ବିଧାୟକ ମଧ୍ୟ ବିଧାନସଭା ରେ ଏହି ଦାବି ଉଠାଇଥିଲେ।ଯାହାର ଫଳ ସ୍ୱରୂପ ଆଜି ପ୍ରତୀକ୍ଷା ର ଅନ୍ତ ପରେ ଜୟପାଟଣା କୁ ଏନ ଏସି ଘୋଷଣା ହୋଇଛି।ଯାହାଫଳରେ ଅଞ୍ଚଳରେ ଜନସାଧାରଣ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି। ଲାଞ୍ଜିଗଡ଼ ବିଧାୟକ ନିଜ ଅଞ୍ଚଳ ର ବିକାଶ ପାଇଁ ବିଭିନ୍ନ ଦିଗ ରେ ଆଗେଇ ଚାଲିଛନ୍ତି ତାହା ଯୁଗ ଯୁଗ ପାଇଁ ଏକ ଉଦାହରଣ ରହିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏବଂ ବିଗତ ଦିନରେ ଅଞ୍ଚଳର ପ୍ରମୁଖ ୫ ଗୋଟି ବିଜୁସେତୁ ଓ ଗୋଟିଏ ରାସ୍ତାର ଶିଳାନ୍ୟାସ ହୋଇଥିବା ବେଳେ ଏହି ସବୁ ବିକାଶ ଆଗାମୀ ନିର୍ବାଚନ ରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏନେଇ ଜୟପାଟଣା ଉତ୍ସବର ମାହୋଲ ଖେଳି ଯାଇଛି l

https://biplabnews.com/wp-content/uploads/2024/03/VID-20240312-WA0039.mp4