ଢେଙ୍କାନାଳ,୦୬.୦୩(ଶୁଭମ ପାଣି):ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳିତ ହୋଇଯାଇଛି । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା । ବଲ୍ଲଭ ଭୋଗ ଲାଗି, ୧୦ଟା ବେଳେ ଖେଚେଡ଼ି ଭୋଗ,ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ଏକାଦଶୀ ବେଢ଼ା ମହାଦୀପ ଉଠିବ ଶେଷ ରେ ପହଡ ପଡ଼ିବ।ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ପଙ୍କୋଦ୍ଧାର ଏକାଦଶୀ ନିତି ପାଳିତ ହୋଇଯାଇଛି।।