ବ୍ରହ୍ମପୁର,୪/୩(ସୁନିଲ କୁମାର ସାହୁ) : ଗାନ୍ଧୀନଗର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଦ୍ଵିତୀୟ ଲେନ୍ ଠାରେ ଆରମ୍ଭ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୧୭ ତାରିଖରେ ଖେଳାଯିବ । ଏଥିରେ ବ୍ରହ୍ମପୁରର ଗାନ୍ଧୀନଗର ପ୍ଲେଇଂ ଇଲେଭେନ୍,୧୦୮ ହନୁମାନ,ବୁଢ଼ୀ ଠାକୁରାଣୀ,ବିନ୍ଦାସ୍ ଇଲେଭେନ୍,ରୟାଲ ଷ୍ଟ୍ରାଇକେର୍, ଗୋସାଇଁନୂଆଗାଁ ଇଲେଭେନ୍,ୟଙ୍ଗ ଷ୍ଟାର୍, ଷ୍ଟାର୍ ଇଲେଭେନ୍ ଭଳି ପ୍ରମୁଖ ମୋଟ ଆଠଟି ଦଳ ଭାଗ ନେଉଛନ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ପତି ଯୋଗ ଦେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ସୁନିଲ କୁମାର ସାହୁ, ତୁତୁନ୍ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଜି ପ୍ରଥମ ଦିନରେ ଗାନ୍ଧୀନଗର ପ୍ଲେଇଂ ଇଲେଭେନ୍ ଏବଂ ପୁରୁଣା ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ କ୍ଲବ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେଇଥିଲା । ବୁଢ଼ୀ ଠାକୁରାଣୀ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଗାନ୍ଧୀନଗର ପ୍ଲେଇଂ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ୧୧.୨ ଅଭରରେ ୪୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ପରେ ବୁଢ଼ୀ ଠାକୁରାଣୀ ଦଳ ଦ୍ୱିତୀୟ ବ୍ୟାଟିଂ କରି ୭.୪ ଅଭରରେ ୪ ୱିକେଟ୍ ହରାଇ ୪୨ ରନ୍ କରି ୬ ୱିକେଟରେ ବିଜୟୀ ହୋଇଥିଲେ । ପ୍ରଦ୍ୟୁମ୍ନ ପ୍ଲେର୍ ଅଫ୍ ଦି ମ୍ୟାଚ୍ ହେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସ୍.ଶ୍ରୀନିବାସ,ମାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।