ରାୟଗଡା,୨୯.୦୨( ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜ଼ିଲ୍ଲା ର ଗୁଡାରି ଗୋଷ୍ଠି ଉନୟନ ଅଧିକାରୀ ନିର୍ବାଚିତ ଜନପ୍ରତିନଧି ଙ୍କୁ ଅଣଦେଖା କରୁଥିବା ର ଅଭିଯୋଗ ହୋଇଥିଲା ଏପରିକି ଦୁର୍ବ୍ୟବହାର କରିବାକୁ ବିଡ଼ିଓ ପଛାଉନାହାନ୍ତି ବୋଲି ବ୍ଲକ ର ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲି l ଏହି ବିଷୟରେ ବ୍ଲକଅଧକ୍ଷା ଲକ୍ଷ୍ମୀ ଶବର ଗତ ଜାନୁଆରୀ ମାସ 11 ତାରିଖ ରେ ତତ୍କାଳୀନ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ l ବିଡ଼ିଓ କୌଣସି ସରକାରୀ କିମ୍ବା ଉନୟନ କାମରେ ଲୋକପ୍ରତିନିଧିଙ୍କୁ ନପଚାରି ଅଣଦେଖା କରି ନିଜେ ସବୁ କାମରୁଥିବା ତୁମେମାନେ ଆଦିବାସୀ ଆମର କଣ କରିବ ମୁଁ ଯାହା କହିବି ବ୍ଲକ ରେ ତାହା ଚଳିବ ବୋଲି ବିଡ଼ିଓ କହୁଛନ୍ତୁ ବୋଲି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର ଙ୍କ ସମତେ ଜ଼ିଲ୍ଲା ପରିଷଦ ସଭ୍ୟ ସରପଞ୍ଚ ଓ ସମିତି ଅଭିଯୋଗ କରିଛନ୍ତି l 16 /02/2024 ତାରିଖ ରେ ଘଟଣା ର ତଦନ୍ତ ପାଇଁ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଘଟଣା ର ତଦନ୍ତ କରିବା ପାଇଁ ଯିବେ ବୋଲି ଜ଼ିଲ୍ଲା ପରିଷଦ ଅତିରିକ୍ତ କାର୍ୟନିର୍ବାହୀ ଅଧିକାରୀ ଆଡମିନଷ୍ଟ୍ରେସନ ଙ୍କ ଚିଠି ସଂଖ୍ୟା 1329 ତାରିଖ13/02/2024 ରେ ବ୍ଲକ ଅଧକ୍ଷା ଙ୍କୁ ଜଣାଇଥିଲେ l ଘଟଣା ର ତଦନ୍ତ ପାଇଁ ସିଡ଼ିଓ ଆସିବେ ବୋଲି ବିଡ଼ିଓ, ବ୍ଲକ ଅଧକ୍ଷା, ଲୋକ ପ୍ରତିନିଧି ଙ୍କୁ ଉପସ୍ଥିତ ରହିବା ନିମନ୍ତେ କୁହାଯାଇଥିଲା l ସେଥିପାଇଁ ଜନପ୍ରତିନିଧି, ଜନସାଧାରଣ ଓ ବହୁ ସମାଜସେବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l ଏମିତିକି ଦିନତମାମ ବ୍ଲକ ଅଧକ୍ଷା ମଧ୍ୟ୍ୟ ଉପସ୍ଥିତ ରହିଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ସିଡିଓ ଘଟଣା ର ତଦନ୍ତ ପାଇଁ ଆସିନଥିଲେ l କୌଣସି ଚାପ ର ବସବର୍ତ୍ତୀ ହୋଇ ଘଟଣା ର ତଦନ୍ତ ପାଇଁ ସିଡିଓ ଆସିଲେ ନାହିଁ ବୋଲି ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି l ଇତି ମଧ୍ୟରେ ଗତ 23 ତାରିଖ ରେ ଗୁଡାରି ଠାରେ ଏକ ଇନଡୋର ଷ୍ଟାଡିୟମ ର ଲୋକାର୍ପଣ ଉତ୍ସବ କୁ ସିଡିଓ ଗୁଡାରି ଆସିଥିଲେ କିନ୍ତୁ ନିର୍ବାଚିତ ଜନପ୍ରତିନିଧି ଙ୍କ ସହିତ କିଛି ଆଲୋଚନା କରିନଥିବା ରୁ ଜନପ୍ରତିନିଧି ଙ୍କ ମନରେ ଆସନ୍ତୁଷ୍ଟ ପ୍ରକାଶ କରିବା ସହିତ ଆଗାମୀ 28 ଫେବୃଆରୀ ତାରିଖ ରୁ ଗଣଧାରଣା ରେ ଯିବେ ବୋଲି ବ୍ଲକ ଅଧକ୍ଷା ତାଙ୍କ ପତ୍ର ସଂଖ୍ୟା 30/2024 ତାରିଖ 20/02/2024 ରେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5 ଟି ଅଧକ୍ଷ, ମୁଖ୍ୟ ସାଶନ ଶଚିବ, ଜ଼ିଲ୍ଲାପାଳ ରାୟଗଡା ଙ୍କୁ ଜଣାଇଥିଲେ l ଘଟଣା ର କୌଣସି ସୁଫଳ ଣ ମିଳିବାରୁ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମୁଖ ରେ ଗତ ଦୁଇ ଦିନ ହେଲା ନିର୍ବାଚିତ ଜନପ୍ରତିନିଧି ମାନେ ଗୁଡାରି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର, ଗୁଡାରି ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା,ଅସଦା ସରପଞ୍ଚ ସୁଦାମ ଶବର, ସରପଞ୍ଚ ଖରୀଗୁଡା ଲୁସି ନାରେଙ୍ଗା, ସମିତି ସଭ୍ୟା ଖରୀଗୁଡା ସବିତା ଶବର,ସରପଞ୍ଚ ମଧୁବନ ବଂଶୀ ଶବର, ମଧୁବନ ସମିତି ସଭ୍ୟା ରଶ୍ମିତା ଶବର,ଅସଦା ସମିତି ସଭ୍ୟା ନମିତା ଶବର,ସମିତି ସଭ୍ୟ ଏମ କେ ରାଇ ଅର୍ଜୁନ ଶବର,ସାନହୁମା ସରପଞ୍ଚ ସୂର୍ଯ୍ୟମଣି ଶବର ଓ କର୍ଲାଘାଟି ସରପଞ୍ଚ କୌଶଲ୍ୟା ମାମ୍ଭଳିକା ଧାରଣା ରେ ବସିଛନ୍ତି l ଗଣ ଧାରଣା ସମୟରେ କୌଣସି ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ବିଡ଼ିଓ ଓ ଜ଼ିଲ୍ଲା ପ୍ରସାଶନ ଦାଈ ରହିବେ କହିଛନ୍ତି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର ଓ ଜ଼ିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା କହିଛନ୍ତି l ବିଡ଼ିଓ ଅନିଶା ଦାସ ଙ୍କୁ ଯେତେ ଦିନ ପର୍ଯ୍ୟନ୍ତ ବଦଳି ଣ ହୋଇଛି ଧାରଣା ଚାଲୁରହିବ କହିଛନ୍ତିl