ନିର୍ବାଚିତ ଜନପ୍ରତିନିଧି ଙ୍କୁ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ଅଣଦେଖା ନେଇ ଗଣଧାରଣା ନେଇ ଚେତାବନୀ

ରାୟଗଡା,(ଅମୁଲ୍ୟ ନିଶଙ୍କ) : ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜ଼ିଲ୍ଲା ର ଗୁଡାରି ଗୋଷ୍ଠି ଉନୟନ ଅଧିକାରୀ ନିର୍ବାଚିତ ଜନପ୍ରତିନଧି ଙ୍କୁ ଅଣଦେଖା କରୁଥିବା ର ଅଭିଯୋଗ ହୋଇଥିଲା ଏପରିକି ଦୁର୍ବ୍ୟବହାର କରିବାକୁ ବିଡ଼ିଓ ପଛାଉନାହାନ୍ତି ବୋଲି ବ୍ଲକ ର ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲି l ଏହି ବିଷୟରେ ବ୍ଲକଅଧକ୍ଷା ଲକ୍ଷ୍ମୀ ଶବର ଗତ ଜାନୁଆରୀ ମାସ 11 ତାରିଖ ରେ ତତ୍କାଳୀନ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ l ବିଡ଼ିଓ କୌଣସି ସରକାରୀ କିମ୍ବା ଉନୟନ କାମରେ ଲୋକପ୍ରତିନିଧିଙ୍କୁ ନପଚାରି ଅଣଦେଖା କରି ନିଜେ ସବୁ କାମରୁଥିବା ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର ଅଭିଯୋଗ କରିଛନ୍ତି l ଚଳିତ ମାସ 16 ତାରିଖ ରେ ଘଟଣା ର ତଦନ୍ତ ପାଇଁ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଘଟଣା ର ତଦନ୍ତ କରିବା ପାଇଁ ଯିବେ ବୋଲି ଜ଼ିଲ୍ଲା ପରିଷଦ ଅତିରିକ୍ତ କାର୍ୟନିର୍ବାହୀ ଅଧିକାରୀ ଆଡମିନଷ୍ଟ୍ରେସନ ଙ୍କ ଚିଠି ସଂଖ୍ୟା 1329 ତାରିଖ13/02/2024 ରେ ବ୍ଲକ ଅଧକ୍ଷା ଙ୍କୁ ଜଣାଇଥିଲେ l ଘଟଣା ର ତଦନ୍ତ ପାଇଁ ସିଡ଼ିଓ ଆସିବେ ବୋଲି ବିଡ଼ିଓ, ବ୍ଲକ ଅଧକ୍ଷା, ଲୋକ ପ୍ରତିନିଧି ଙ୍କୁ ଉପସ୍ଥିତ ରହିବା ନିମନ୍ତେ କୁହାଯାଇଥିଲା l ସେଥିପାଇଁ ଜନପ୍ରତିନିଧି, ଜନସାଧାରଣ ଓ ବହୁ ସମାଜସେବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l ଏମିତିକି ଦିନତମାମ ବ୍ଲକ ଅଧକ୍ଷା ମଧ୍ୟ୍ୟ ଉପସ୍ଥିତ ରହିଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ସିଡିଓ ଘଟଣା ର ତଦନ୍ତ ପାଇଁ ଆସିନଥିଲେ l କୌଣସି ଚାପ ର ବସବର୍ତ୍ତୀ ହୋଇ ଘଟଣା ର ତଦନ୍ତ ପାଇଁ ସିଡିଓ ଆସିଲେ ନାହିଁ ବୋଲି ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି l ଗତ 23 ତାରିଖ ରେ ଗୁଡାରି ଠାରେ ଏକ ଇନଡୋର ଷ୍ଟାଡିୟମ ର ଲୋକାର୍ପଣ ଉତ୍ସବ କୁ ସିଡିଓ ଗୁଡାରି ଆସିଥିଲେ କିନ୍ତୁ ନିର୍ବାଚିତ ଜନପ୍ରତିନିଧି ଙ୍କ ସହିତ କିଛି ଆଲୋଚନା କରିନଥିବା ରୁ ଜନପ୍ରତିନିଧି ଙ୍କ ମନରେ ଆସନ୍ତୁଷ୍ଟ ପ୍ରକାଶ କରିବା ସହିତ ଆଗାମୀ 28 ଫେବୃଆରୀ ତାରିଖ ରୁ ଗଣଧାରଣା ରେ ଯିବେ ବୋଲି ବ୍ଲକ ଅଧକ୍ଷା ତାଙ୍କ ପତ୍ର ସଂଖ୍ୟା 30/2024 ତାରିଖ 20/02/2024 ରେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5 ଟି ଅଧକ୍ଷ, ମୁଖ୍ୟ ସାଶନ ଶଚିବ, ଜ଼ିଲ୍ଲାପାଳ ରାୟଗଡା ଙ୍କୁ ଜଣାଇଛନ୍ତି l