ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ର ଗୁଣୁପୁର ଉପଖଣ୍ଡ ଅଧିନସ୍ତ ବିକ୍ରମପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ଅନନ୍ତ 1.0 ମୋହାସୋମାରୋହ ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ଜଗତ ର ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା l ମୁଖ୍ୟ ବକ୍ତା ଭାବେ ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭଗ ର ସି ଆଇ ଶ୍ୟାମ ଘନ ଭୂୟାଁ ସମ୍ମାନିତ ଅତିଥି ଭାବେ ଗୁଣୁପୁର ଆଇ ଟି ଡି ଇ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ୍ତ ଦଳେଇ, ଗୁଣୁପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଯୋଗ ଦେଇ ମଞ୍ଚାଶିନ ରହିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ ଯେ କଠୋର ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଓ ଶାନ୍ତି ଶୃଙ୍ଖଳା ଓ ଉତ୍ତମ ଆଚାର ବ୍ୟବହାର ଦ୍ୱାରା ଜୀବନରେ ଲକ୍ଷ ହାସଲ ହୋଇପାରିବ ଏଥି ନିମନ୍ତେ ଛାତ୍ର ଛାତ୍ରୀ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିବ ବୋଲି କହିଥିଲେ l ମୁଖ୍ୟ ବକ୍ତା ଭୂୟାଁ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଯେପରି ଗୁରୁଦାୟିତ୍ୱ ରହିଛି ପରିବାର ମାତା ପିତା ଙ୍କ ମଧ୍ୟ୍ୟ ସେତି କି ଦାୟିତ୍ୱ ରହିଛି l ବାର୍ଷିକ କ୍ରୀଡା ରେ ଯୋଗ୍ୟ ବିବେଚିତ କୃତି ଖେଳାଳି ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଥି ସେହିପରି ସ୍କୁଲ ର ଦ୍ୱାଦଶ ପରୀକ୍ଷା ରେ ଭଲ ନମ୍ବର ରଖି ପାସ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଥିଲେ l ନିମନ୍ତ୍ରିତ ଅତିଥି ଭାବେ ରାଜ୍ୟ ଛାତ୍ର ଜନତା ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ପିଙ୍କୁ ଭାଇ, ପୁଟାସିଂ ମଙ୍ଗଳ ବିଭାଗ ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦାବନ ସାହୁ ଓ ମନୋଜ ପାଢ଼ୀ ଡ଼ମ୍ବସରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ଗମାଙ୍ଗ, ବୁଦୁବାଲି ଆଶ୍ରମ ସ୍କୁଲ ର ଶିକ୍ଷକ ରାମ ପ୍ରସାଦ ପାଢ଼ୀ, ଦିଲୀପ ଚୌଧୁରୀ, ଅନ୍ଵେଷା ଦାୟିତ୍ୱ ରେ ଥିବା ଶିଲା ପ୍ରସାଦ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରର ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରାତିନିଧି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଶିକ୍ଷୟତ୍ରୀ ଅଙ୍କିତା ଚୌଧୁରୀ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଅଧକ୍ଷ ଅନନ୍ତ କୁମାର ତ୍ରିପାଠୀ ସଭାପତିତ୍ବ କରିଥିଲେ l ଶିକ୍ଷକ ସିମାଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ପ୍ରଥମ କରି ବାର୍ଷିକ ଉତ୍ସବ ଏହି ଅନୁଷ୍ଠାନ ରେ ଅନୁଷ୍ଠିତ ହୋଇଥିବାରୁ ଛାତ୍ର ଛାତ୍ରୀ, ସ୍କୁଲର କର୍ମଚାରୀ ବୃନ୍ଦ ଓ ଅଭିଭାବକ ବହୁତ ଆନନ୍ଦିତ ଥିବାର ଦେଖିବାକୁ ମିଳିଥିଲା l