ଭୁବନେଶ୍ବର ରାଜରାସ୍ତାରେ ଧାରଣାରେ ବସିଥିବା ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ କଲେ ବିଦ୍ୟା ଦାୟିନୀ ମା’ ସରସ୍ୱତୀ ଙ୍କ ପୂଜା

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଧାରଣା ର ଆଜି ଷଷ୍ଠ ଦିନ,ଷଷ୍ଠ ଦିନରେ ଆଜି ମା’ ସରସ୍ଵତୀ ଙ୍କ ପୂଜା ଥିବାରୁ ବିଦ୍ୟା ଦାୟିନୀ ମା’ ସରସ୍ଵତୀ ଙ୍କ ପୂଜା ଧାରଣା ସ୍ଥଳରେ ହୋଇଛି।ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016,RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ‌ କୁ ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ନିଯୁକ୍ତି ବାହାର କରୁନାହାଁନ୍ତି,ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ।ଏହି ପୂଜା ଅବସରରେ ଆମେ ରାଜ୍ୟ ସରକାର‌ ଙ୍କୁ ବିନମ୍ର ନିବେଦନ କରୁଛୁ, ଆପଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ବିଷୟକୁ ସହୃଦୟତାର ସହ ନେଇ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରନ୍ତୁ।