ଆଠମଲ୍ଲିକ ଠାରେ ଥିବା ମନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ର ଭୁତଳ ପାଇପ ଜଳ ଯୋଗାଣ ପ୍ରକଳ୍ପ ର ଉଦଘାଟନ

ଆଠମଲ୍ଲିକ,୧୪/୨(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ ଥିବା ମନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ର ଭୁତଳ ପାଇପ ଜଳ ଯୋଗାଣ ପ୍ରକଳ୍ପ କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମ ରେ ଉଦଘାଟିତ କରିଥିବା ଜଣାଯାଇଛି l ୫ ଟି ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଗୋଳ ଜିଲ୍ଲାପାଳ ଅବଦଲ ମେହେମୁଦ ଅଖତାର ଯୋଗଦେଇ ଏହି ପ୍ରକଳ୍ପ ଦ୍ୱାରା ୨0୧୩. ୫0 ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି କହିଥିଲେ l ଆଠମଲ୍ଲିକ ବ୍ଲକ ପୁରୁଣାମାଣତ୍ରୀ ପଞ୍ଚାୟତ ଠାରୁ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ର କେତେକ ୱାର୍ଡ ଦେଇ ନଅଗାଁ ପଞ୍ଚାୟତ ର ଚାଷଜମି କୁ ଏହି ଭୁତଳ ପାଇପ ଲାଇନ ଯୋଗେ ଜଳଯୋଗାଣ କରାଯିବାକୁ ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟ କୁ ଗୁରୁମହାରାଜ ଇଞ୍ଜିକନ ପ୍ରାଇଭେଟ ଲିମିଟେଡ଼ ୫୧ କୋଟି ୭୧ ଲକ୍ଷ ମୂଲ୍ୟ ରେ ଟେଣ୍ଡର କାର୍ଯ୍ୟ ନେଇ କାର୍ଯ୍ୟ କରିଥିବା ଜଣାଯାଇଛି l ଭୁତଳ ପାଇପ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇଥିବା ପୁରୁଣାମାଣତ୍ରୀ ପଞ୍ଚାୟତ ର ଜିରାଡ଼ ଗ୍ରାମର ତପନ ପାତ୍ର ଓ କୈରିଘଟି ଗ୍ରାମର ସନ୍ତୋଷ ଷଣ୍ଢ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କଥା ହୋଇ ଜଳସେଚନ ପାଇଁ ଖୁସି ବ୍ୟକ୍ତ କରିବାସହ ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ପ୍ରାୟ ୧0 ହଜାର ଚାଷୀ ଉପକୃତ ହେବେ ଓ ୨୮ ଟି ଗ୍ରାମର ଚାଷଜମି ଜଳସେଚିତ ହୋଇପାରିବ ବୋଲି ଜଣାଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ସିଂ, ଜଳସେଚନ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ କୁଳମଣି ସେଠି ଓ ପ୍ରଶାନ୍ତ କୁମାର ଦାସ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ତହସିଲଦାର ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ମନଜୋର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

https://biplabnews.com/wp-content/uploads/2024/02/WhatsApp-Video-2024-02-14-at-18.57.02_1ba0cf0f.mp4