ରାୟଗଡା,୧୪/୦୨(ଅମୁଲ୍ୟ ନିଶଙ୍କ): ଗତ ୧୧ ତାରିଖ ରେ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ର ଏଲ .ବି .ନଗର ଇଣ୍ଡୋର ଷ୍ଟାଡ଼ିୟମ ଠାରେ ନ୍ୟୁ ଡ୍ରାଗନ ଫାଇଟର୍ସ ମାର୍ଟିଆଲ ଆର୍ଟ୍ସ ଆଶ୍ସୋସିଏସନ ଦ୍ୱାରା ଅନୁଷ୍ଠିତ ତୃତୀୟ ଆନ୍ତର୍ଜାତୀୟ କରାଟେ ଚାମ୍ପିଅନସିପ୍ ୨୦୨୪ ପ୍ରତିଯୋଗିତା ରେ ରାୟଗଡା ସହରର ଏଲ .ରମେଶ କୁମାର ସ୍ଵର୍ଣ୍ଣ ପଦକ ହାସଲ କରି ରାୟଗଡା ଜିଲ୍ଲା ଗୌରବ ଅର୍ଜନ କରିଥିଲେ। ଆଜି ସେ ରାୟଗଡା ପ୍ରତ୍ୟାବର୍ତ୍ତନ କରିଛନ୍ତି l ଏହି ସମୟ ରେ ରାୟଗଡା ରେଲୱେ ଷ୍ଟେସନରେ ସ୍ବର୍ଣ୍ଣ ପଦକ ବିଜେତା ରମେଶ ଙ୍କୁ ଯୁବ ବିଜେଡିର ଜିଲ୍ଲା ଯୁଗ୍ମ ସମ୍ପାଦକ ତଥା ରାୟଗଡା ଜିଲ୍ଲା ଭୋଲି ବଲ ଆସୋସିଏସନ୍ ସଭାପତି ନାଗିରେଡଡି ରବି ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ।ଏହି କାର୍ଯ୍ୟକ୍ରମର ରାୟଗଡା ଜିଲ୍ଲା ଭୋଲି ବଲ ଆସୋସିଏସନ୍ ସମ୍ପାଦକ ବାଡ଼ିଙ୍ଗି ଚାଣ୍ଟି ଏବଂ କୋଟପେଟା ଦିନଙ୍କର ବାଙ୍ଗାରି , ବୁଦ୍ରାଭାଳସା, ମାର୍କେଟର ଅନେକ ଯୁବକମାନେ ଉପସ୍ଥିତ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଏକ ବାଇକ ରାଲିରେ ସହର ର ମୁଖ୍ୟ ରାସ୍ତାରେ ପରିକ୍ରମା କରାଇଥିଲେ । କିନ୍ତୁ ଦୁଃଖର କଥା ଜ଼ିଲ୍ଲା କ୍ରୀଡା ଅଧିକାରୀ ରମେଶ ଙ୍କୁ ସ୍ୱାଗତ କରିବା ନିମନ୍ତେ ଉପସ୍ଥିତ ନଥିବାରୁ ସ୍ବର୍ଣ୍ଣ ପଦକ ବିଜେତା ରମେଶ ଓ ଉପସ୍ଥିତ କ୍ରୀଡା ପ୍ରେମୀ କ୍ଷଭ ପ୍ରକାଶ କରିଥିଲେ l ଏମିତିକି ରାୟଗଡା ସହର ର ବହୁ ପ୍ରତିଭାବାନ ବ୍ୟକ୍ତି ଦେଶ ର ବିଭିନ୍ନ ରାଜ୍ୟ ଓ ବାହାର ଦେଶକୁ ଯାଇ ବିଭିନ୍ନ ପଦକ ବିଜୟ କରିଆସୁଛନ୍ତି କିନ୍ତୁ ତାଙ୍କୁ ମଧ୍ୟ୍ୟ ଜ଼ିଲ୍ଲା କ୍ରୀଡା ଅଧିକାରୀ କେବେ ମଧ୍ୟ୍ୟ ଉପସ୍ଥିତ ରହି ସମ୍ମାନିତ କି ସମ୍ବର୍ଦ୍ଧନା କରୁନାହାନ୍ତି କି କ୍ରୀଡା ବିକାଶ ପାଇଁ ଖେଳାଳି ଙ୍କୁ କିଛି ସୁବିଧା ସୁଯୋଗ ଦେଉନାହାନ୍ତି ବୋଲି ରମେଶ କୁମାର କହିଛନ୍ତି l ପ୍ରକାଶ ଥାଉକି ରମେଶ ଏଥି ପୂର୍ବରୁ ମଧ୍ୟ୍ୟ ଦେଶର ବିଭିନ ରାଜ୍ୟ କୁ ଯାଇ ବହୁ ପଦକ ହାସଲ କରିଛନ୍ତି ସେ ଏକ ଭିନ୍ନକ୍ଷମ ବ୍ୟକ୍ତି ହେଲେ ମଧ୍ୟ୍ୟ ତାଙ୍କ ଇଚ୍ଛା ଶକ୍ତି ପାଇଁ ଆଜି ବିଭିନ୍ନ ପଦକ ପାଇଁ ରାୟଗଡା ଜ଼ିଲ୍ଲା ର ନା କୁ ଗୌରବା ନ୍ୟୁତ କରିପାରିଛନ୍ତି l