ପାଳିତ ହେଲା ଅକ୍ସଫୋର୍ଡ ସ୍କୁଲର ଷୋଡ଼ଶ ବାର୍ଷିକ

ବ୍ରହ୍ମପୁର୧୨/୦୨(ଶ୍ରୀକାନ୍ତ କୁମାର ବେହେରା): ସ୍ଥାନୀୟ ଲାଞ୍ଜିପାଲି ରାଜପଥ ପାର୍ଶ୍ଵସ୍ଥ ଅକ୍ସଫୋର୍ଦ୍ ପବ୍ଲିକ୍ ସ୍କୁଲ୍ ରେ ମହା ଆଡ଼ମ୍ବରରେ ଷୋଡ଼ଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଇତି ଅବସରରେ ଆୟୋଜିତ ସଭା ମଞ୍ଚ ରେ ଅନୁଷ୍ଠାନ ର ସଭାପତି ଡ଼ଃ ପ୍ରମୋଦ ଅଗ୍ରୱାଲ ଅଧ୍ୟକ୍ଷତା ଅଭିଭାଷଣରେ ଅନୁଷ୍ଠାନ ର ସଫଳତା ତଥା ପ୍ରଗତି ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଈଂ ଅଶୋକ କୁମାର ପାଳ ଅନୁଷ୍ଠାନ ବାର୍ଷିକ ବିବରଣୀ ପାଠ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ଅବସର ରେ ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଭାରତୀୟ ସଂସ୍କୃତି ପରମ୍ପରା ଆଧାରିତ ଓଡ଼ିଶା ର ଏକମାତ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଭୂୟସୀ ପ୍ରଶଂସା କରି ସାମ୍ପ୍ରତିକ ପରିସ୍ଥିତି ରେ ଇଂରାଜୀ ଶିକ୍ଷା ର ଉପାଦେୟ ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଡ଼ଃ କେଦାର ନାଥ ତ୍ରିପାଠୀ ଅଧିବକ୍ତା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ନିଜ ବକ୍ତବ୍ୟ ରେ ଶିଶୁ ଗଠନ ରେ ବିଦ୍ୟାଳୟର ଭୂମିକା ଉପରେ ବକ୍ତବ୍ୟ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଡ଼ଃ ସଙ୍ଗୀତା ବାବୁ ନିଜ ବକ୍ତବ୍ୟ ରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ର ନୂଆଁ ସ୍ଵରରେ ଅକ୍ସଫାର୍ଡ ପବ୍ଲିକ ସ୍କୁଲ ର ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ଼ଃ ସନ୍ଧ୍ୟାରାଣୀ ଦାସ ଯୋଗ ଦେଇ ଦେଇଥିଲେ। ଏହି ଭାବେ ଭବ୍ୟ କାର୍ଯ୍ୟକ୍ରମରେ କୁନି କୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ର ପୂର୍ଣ୍ଣ ସଫଳତା ରେ ପ୍ରଶାସକ ରବି ପ୍ରସାଦ ସାହୁକାର, ରମାକାନ୍ତ ରଥ ,ରଶ୍ମି ରଞ୍ଜନ ସାହୁ, ପ୍ରଶାନ୍ତ ଚନ୍ଦ୍ର ମାଧନ,ସରୋଜ କୁମାର ଆଚାର୍ଯ୍ୟ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଚିନ୍ମୟ ଓ ପ୍ରଶାନ୍ତ ପରିଚାଳନା କରିଥିଲେ।