ଟିକିରି,(ପ୍ରଫୁଲ କୁମାର ବେହେରା )ରାୟଗଡା: କିଶୋରୀ, ମା’ ଏବଂ କନ୍ୟା ଶିଶୁଙ୍କର ସ୍ଵାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ଯେଉଁଥିରେ ଗୋଷ୍ଠୀରସାମଗ୍ରିକ ସ୍ଵାସ୍ଥ୍ୟ ଓ ସମୃଦ୍ଧି ନିହିତ । ସେଥପ୍ରତି ଦୃଷ୍ଟିଦେଇ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ‘ପ୍ରୋଜେକ୍ଟ ଉର୍ମି’ (ୟୁଆର୍ଏମ୍ଆଇ) ନାମରେ ଏକ ପୂର୍ଣ୍ଣାଙ୍ଗ ସ୍ଵାସ୍ଥ୍ୟପ୍ରଯନ୍କାରୀ କାର୍ଯ୍ୟକ୍ରମ ଏନ୍ଜିଓ ସଖାସହଭାଗୀତାରେ ନିକଟରେ ଶୁଭାରମ୍ଭ କରିଛି। ପ୍ରୋଜେକ୍ଟ ଉର୍ମି କଳାହାଣ୍ଡିଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ ଅନ୍ତର୍ଗତ ୪୦ଟି ଗ୍ରାମରେ କିଶୋରୀ, ମା’ ଏବଂ ପିଲାମାନଙ୍କ ପାଇଁ ମୌଳିକ ସ୍ଵାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗରେ ଅଭିପ୍ରେତ ଏବଂ ପୂର୍ଣ୍ଣାଙ୍ଗ ପ୍ରୟାସରପ୍ରତିନିଧୂତ୍ବ କରୁଛି । ଏହି ପ୍ରୟାସ ଧାର୍ଯ୍ୟ ଲକ୍ଷ୍ୟ ଗ୍ରାମଗୁଡିକରେ ମାତୃତ୍ଵକାଳୀନ ଏବଂ ଶିଶୁ ସ୍ଵାସ୍ଥ୍ୟଯନ୍ ଉପରେ ଦୃଷ୍ଟିନିବଦ୍ଧ କରୁଛି,ଯେଉଁଥରେ ହସପିଟାଲଗୁଡିକରେ ତାଲିମପ୍ରାପ୍ତ ପ୍ରାକ୍ଟିସନରଙ୍କ ଦ୍ଵାରା ସଂସ୍ଥାଗତ ସନ୍ତାନ ପ୍ରସବକୁ ପ୍ରୋତ୍ସାହିତ କରିବାଉପରେ ପ୍ରାଥମିକ ଗୁରୁତ୍ଵ ଦିଆଯାଉଛି । ଏହି ରଣକୌଶଳାତ୍ମକ ଆଭିମୁଖ୍ୟ ଗୋଷ୍ଠୀଗୁଡିକରେ ଉଭୟ ଶିଶୁ ମୃତ୍ୟୁ ହାର(ଆଇଏମ୍ଆର) ଏବଂ ମାତୃ ମୃତ୍ୟୁ ହାର (ଏମ୍ଏମଆର) ହ୍ରାସ କରିବା ଲକ୍ଷ୍ୟ ରଖୁଛି। ଶିଶୁ ଓ ମା’ ମାନଙ୍କର ଯେଭଳି ଟିକାକରଣକୁ ସୁନିଶ୍ଚିତ କରି ଏବଂ ସେମାନଙ୍କର ପ୍ରତିଷେଧମୂଳକ ସ୍ଵାସ୍ଥ୍ୟଯନ୍ରଗୁରୁତ୍ଵପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟିଦେଇ ଏହି ପ୍ରକଳ୍ପ ନିଜର ପହଞ୍ଚକୁ ପରିବ୍ୟାପ୍ତ କରୁଛି। ଏଥୁସହିତ ଏହା ଟିକାକରଣ, ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ଏବଂ ଲୌହସାର ଓ ଫୋଲିକ ଏସିଡ ଭଳି ଅତ୍ୟାବଶ୍ୟକ ପୋଷଣ ଆଦି ଯୋଗାଣ ବ୍ୟବସ୍ଥା ବା ଆଣ୍ଟିନାଟାଲ କେୟାର (ଏଏନ୍ସି) ପୋଷ୍ଟନାଟାଲ କେୟାର (ପିଏନ୍ସି)ର ସୁଯୋଗ ଉପଲବ୍ଧ କରାଇବା ଉପରେ ଗୁରୁତ୍ଵ ଦେଉଛି । ସଂସ୍ଥାଗତ ସନ୍ତାନ ପ୍ରସବକୁ ପ୍ରୋତ୍ସାହିତ କରିବାର ଗୁରୁତ୍ଵକୁ ଉପଲବ୍ଧି କରି ଏହି ପ୍ରୟାସ ଏହା ସୁନିଶ୍ଚିତ କରୁଛି ଯେ ମା’ ମାନେ ‘ ଜନନୀ ସୁରକ୍ଷା ଯୋଜନା’ ଅଧୀନରେ ଲକ୍ଷ୍ୟ ଧାର୍ଯ୍ୟ ଗ୍ରାମଗୁଡିକରେ ଫାଇଦାର
ସୁଯୋଗ ନେଇପାରିବେ । ମାତୃତ୍ଵ ସ୍ଵାସ୍ଥ୍ୟ ସହିତ ଏହି ପ୍ରକଳ୍ପ ଗୋଷ୍ଠୀରେ ମହିଳାମାନଙ୍କ ଦ୍ଵାରା ଉପଯୁକ୍ତ ସ୍ଵାସ୍ଥ୍ୟରକ୍ଷା ପଦକ୍ଷେପ ଓ ସାନିଟାରୀ ପ୍ୟାଡ୍ର ଉପଯୋଗ ଓ ତାହାର ନିଷ୍କାସନ ସମେତ ମାସିକ ଋତୁସ୍ରାବକାଳୀନ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ନିଜର ପରିସରକୁ ପରିବ୍ୟାପ୍ତ କରୁଛି । ଏହି ପ୍ରୟାସରେ ସଂପୂତ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହେଉଛି ଏକ ଗୋଷ୍ଠୀ କ୍ୟାଡରକୁ ତାଲିମ ପ୍ରଦାନ କରିବା ଏବଂ ପ୍ରସ୍ତୁତକରି ଗଢିତୋଳିବା ଯେଉଁମାନେ ଆଗ ଧାଡିର ସେବା ଯୋଗାଣକାରୀ ଭାବରେ କାର୍ଯ୍ୟ କରିବେ। ଏହି ବ୍ୟକ୍ତିବିଶେଷ ପ୍ରଜନନ ବାଲ୍ ସ୍ଵାସ୍ଥ୍ୟକୁ ସୁନିଶ୍ଚିତ କରିବା ଏବଂ ଉପଯୁକ୍ତ ମାସିକ
ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ଏତଦ୍ବାରା ଲକ୍ଷ୍ୟଧାର୍ଯ୍ୟ ଗ୍ରାମଗୁଡିକର ସାମଗ୍ରିକ କଲ୍ୟାଣ କ୍ଷେତ୍ରରେ ଅବଦାନ ରଖୁବା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ମୁଖ୍ୟ ଅତିଥି ଭାବରେ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା ଯୋଗଦେଇ ଏହି ପ୍ରୋଜେକ୍ଟକୁ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ବାରିକ, ସିଡିପିଓ, କାଶୀପୁର, ଶ୍ରୀ ସୁନିଲ କୁମାର ରାୟ, ବିପିଏପ୍ କାଶୀପୁର, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସଆର୍, ଉତ୍କଳ ଆଲୁମିନା, ଶ୍ରୀ ଜଗବନ୍ଧୁ ମାଝୀ, ସରପଞ୍ଚ ଟିକିରି ଗ୍ରାମପଞ୍ଚାୟତ, ଶ୍ରୀ ଯଦୁମଣି ମାଝୀ, ସରପଞ୍ଚ ହାଡିଗୁଡା ଗ୍ରାମପଞ୍ଚାୟତ, ଶ୍ରୀ ପରଦେଶୀ ମାଝୀ, ସରପଞ୍ଚ, ଆଦ୍ରି ଗ୍ରାମପଞ୍ଚାୟତ ଏବଂ ଶ୍ରୀ ମସ୍ତରାମ ମାଝୀ, ସରପଞ୍ଚ, ମାଇକଞ୍ଚ ଗ୍ରାମପଞ୍ଚାୟତଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ । ଏଥିରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଗୋଷ୍ଠୀ ବିକାଶ ଦିଗରେ ଉତ୍କଳ ଆଲୁମିନାର ପ୍ରୟାସକୁ ପ୍ରଶଂସା କରି ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ବାରିକ କହିଥିଲେ, “ ଗୋଷ୍ଠୀ ସ୍ୱାସ୍ଥ୍ୟର ସାମୂହିକ ଲକ୍ଷ୍ୟ ହାସଲ ଦିଗରେ ଉତ୍କଳ ଆଲୁମିନାର ପରିବର୍ଦ୍ଧିତ ଟିମ୍ର କାର୍ଯ୍ୟ ଏହାକୁ ଅଧିକ ସଶକ୍ତ କରୁଛି। ତତ୍ସହିତ କିଶୋରୀ, ମା’ ଓ ଶିଶୁ କନ୍ୟାଙ୍କ ପାଇଁ ନିରନ୍ତର ଭାବରେ ସେବାଗୁଡିକ ଯୋଗାଣ ସୁନିଶ୍ଚିତ କରିବାକୁ ସମନ୍ବିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ପକ୍ଷରୁ ସମସ୍ତ ଆବଶ୍ୟକ ଓ ସମ୍ଭାବ୍ୟ ସମର୍ଥନ ଯୋଗାଇ ଦିଆଯିବ।” ସମ୍ମିଳିତ ପ୍ରୟାସ ଓ ସହଭାଗୀତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମଜହର ବେଗ୍ କହିଥିଲେ, “ଉତ୍କଳ ଆଲୁମିନା
ସହଭାଗୀତାରେ କାର୍ଯ୍ୟ କରିବା ଉପରେ ଅଗ୍ରାଧ୍କାର ଦେବା ସହିତ ତାହାକୁ ସମ୍ମାନ ଦେଉଛି, କାରଣ ଏହାର ବିଶ୍ଵାସ ଯେ ସମ୍ମଳିତ ପ୍ରୟାସ ଅଧ୍ବକ ପାରଦର୍ଶିତା ଆଣିଥାଏ, ଯଦ୍ବାରା ତ୍ବରାନ୍ବିତ ଅଭିବୃଦ୍ଧି ସାଧୂତ ହୁଏ।”