ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଆନୁକୂଲ୍ୟରେ ପୂର୍ବରୁ ବ୍ଲକ ସ୍ତରୀୟ ଜନଜାତି ସଂକୃତିକ ଉତ୍ସବ ର ପରିସମାପ୍ତି ପରେ ରାୟଗଡା ଜ଼ିଲ୍ଲାର ଜନଜାତି ଙ୍କ କଳା, ସଂସ୍କୃତି ଓ ପରମ୍ପରା ର ପ୍ରୋତ୍ସାହନ ନିମନ୍ତେ ଗତ 1 ତାରିଖ ଠାରୁ ଆରମ୍ବ ହୋଇଥିବା ଜ଼ିଲ୍ଲା ସ୍ତରୀୟ ଜନଜାତି ସଂସ୍କୃତିକ ଉତ୍ସବ ଅତି ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜ଼ିଲ୍ଲା ର ନୂତନ ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଜ଼ିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଦିମ ଆଦିବାସୀ ଙ୍କ ଲୁକ୍କାହିତ କଳା ସଂକୃତି ପରମ୍ପରା କୁ ଉଦଯିବିତ କରିବା ନିମନ୍ତେ ଏହି ମୋହଉତ୍ସବ ପାଳିତ ହେଉଛି l ଓଡିଶା ର ମୟରଭଞ୍ଜ ଓ ରାୟଗଡା ଜ଼ିଲ୍ଲା ରେ ପାଳିତ ହୋଇ ଆସୁଛି ନିଜ ବକ୍ତବ୍ୟରେ ଜ଼ିଲ୍ଲାପାଳ କହିଥିଲେ ଯେ ମୁଁ ଆଶ୍ରମ ସ୍କୁଲ ରେ ପାଠ ପଢି ଆଜି ଭାରତୀୟ ପ୍ରସାଶନିକ ଅଧିକାରୀ ହୋଇପାରିଛି ଯେଉଁ ପିଲାମାନେ ଆଜି ମଙ୍ଗଳ ବିଭାଗ ସ୍କୁଲରେ ପଡ଼ୁଛନ୍ତି ସେମାନେ ନିଜକୁ ଭବିଷ୍ୟତ ରେ ଏକ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ l ଲୁକ୍କାହିତ ହିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ହେଉଛି ସ୍ୱତନ୍ତ୍ର ଉନୟନ ପରିଷଦ ର ମୂଳ ଲକ୍ଷ l ଏଥି ସହିତ ଜନଜାତି ପିଲାଙ୍କ ଉଚ୍ଚ ପାଠ ପଢ଼ା, ଖେଳ କୁଦ,ନିମନ୍ତେ ମଧ୍ୟ୍ୟ ବହୁ ପରିମାଣରେ ସାହାଯ୍ୟ କରିଆସୁଛନ୍ତି ଏହି ବିଭାଗ ବୋଲି ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ କହିଥିଲେ l ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଜ଼ିଲ୍ଲା ର ବିଭିନ୍ନ ବ୍ଲକ ର ଅଧକ୍ଷ ଅଧକ୍ଷା, ଜ଼ିଲ୍ଲା ପୋଲିସ ଉପ ଆରକ୍ଷୀ ଅଧକ୍ଷ ବିଷ୍ଣୁ ପ୍ରସାଦ ପାତ୍ର ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ,ବନମାଳୀ କାଡ୍ରକା ଉପାଦକ୍ଷ ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ରାୟଗଡା, ପି ଗୌରୀ ଶଙ୍କର ସଂଯୋଜକ ଆମ ଓଡିଶା ନବୀନ ଓଡିଶା ରାୟଗଡା ଉପସ୍ଥିତ ଥିଲେ l ନିମଂତ୍ରିତ ଅତିଥି ଭାବେ ରାୟଗଡା ପୌର ପରିଷଦ ର ଉପାଦକ୍ଷା ଶୁଭ୍ରା ପଣ୍ଡା, ପୂର୍ବତନ ପୌର ଅଧକ୍ଷା ଗୌରୀ ଜୟନ୍ତୀ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ ପଦ୍ମପୁର ବ୍ଲକ ଅଧକ୍ଷା ମଣିମାଳା ଶବର ଙ୍କ ସମତେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରର ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ପୌରହିତ୍ୟ କରିଥିଲେ l ଅନ୍ତିମ ଦିନ ବିଭିନ୍ନ ବ୍ଲକ ରୁ ଆସିଥିବା ଜନପ୍ରତିନିଧି, ମଞ୍ଚ ପରିଚାଳକ, ଓ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଓ ତାଙ୍କ ସହ କର୍ମୀ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଧକ୍ଷା ମାଝୀ ସମ୍ମାନିତ କରିଥିଲେ l ରାୟଗଡା ଜ଼ିଲ୍ଲା ର ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ କେସିଙ୍ଗପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାଙ୍ଗାରି ସାର , କୋଳନରାବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ ଓ କାଶୀପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅକ୍ଷୟ ସାହୁ , ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡା ଆଇ ଟି ଡି ଇ ର ଯନ୍ତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l