ଢେଙ୍କାନାଳ,୦୨/୦୨(ସୁନିଲ ପାଣି):ଦୀର୍ଘ 16 ଦିନ ହେଲାଣି ପ୍ରାଣୀ ଚିକିତ୍ସକ ମାନେ ତାଙ୍କର 4- ଦଫା ଦାବି କୁ ନେଇ ସମୁହ ଛୁଟି ରେ ଅଛନ୍ତି I ଏଥିଯୋଗୁଁ ପ୍ରାଣୀ ଚିକିତ୍ସା ସେବା ବ୍ୟାପକ ଭବରେ ପ୍ରଭାବିତ ହୋଇଛି I ଢେଙ୍କାନାଳ ଜିଲ୍ଲାରେ 18- ପ୍ରାଣୀ ଚିକିତ୍ସା କେନ୍ଦ୍ର ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିଛି I ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପ୍ରାଣୀ ଚିକିତ୍ସା ଏବେ ଅଣ ପଞ୍ଜୀକୃତ, ଅଣ ସ୍ଵିକୃତି ପ୍ରାପ୍ତ Livestock ଇନ୍ସପେକ୍ଟର ଙ୍କ ଦ୍ଵାରା ଚାଲିଛି, ଯାହାକି ସମ୍ପୂର୍ଣ୍ଣ ଭାବେ ନିୟମ ବାହାରେ I ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ ପଶୁ ପକ୍ଷୀ ମୃତ୍ଯ ମୁଖରେ ପଡୁଛନ୍ତି ଏବଂ ବହୁ ପ୍ରାଣୀ ପାଳକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବର୍ତ୍ତମାନ ଜିଲ୍ଲାରେ କେବଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (CDVO) କାର୍ଯ୍ୟରତ ଅଛନ୍ତି, ତେବେ ଅନୈତିକ ଭାବରେ ନିଜେ ଗୋଟିଏ ଜାଗାରେ ବସି ଜିଲ୍ଲା ସାରା ର ପ୍ରାଣୀ ମାନଙ୍କୁ ଚିକିତ୍ସା କରିବା, ଶବ ବ୍ୟବଚ୍ଛେଦ କରିବା ଇତ୍ୟାଦି କରିବାର ପ୍ରୟାସ କରୁଛନ୍ତି I ଢେଙ୍କାନାଳ ଜିଲ୍ଲା ର ପ୍ରାଣୀ ଚିକିତ୍ସା ସେବା ବ୍ୟାପକ ଭାବରେ ପ୍ରଭାବିତ ହେଉଥିଲେ ଭି , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଉକ୍ତ ତଥ୍ଯ ଲୁଚାଇବା ସହିତ ସରକାରଙ୍କୁ ମିଥ୍ୟା report ପ୍ରଦାନ କରୁଛନ୍ତି I ଢେଙ୍କାନାଳ ଜିଲ୍ଲା ରେ ବିଭିନ୍ନ ଯୋଜନା ସମ୍ପୁର୍ଣ୍ଣ ବନ୍ଦ ରହିଛି ଏବଂ ଗରିବ ଚାଷୀ ମାନେ ସରକାରୀ ସହାୟତା ନ ପାଇ ହନ୍ତସନ୍ତ ହେଉଛନ୍ତି I