ମା ପାଲସିନିମା, ସିତମେ, ଉତମେ ଝାଙ୍କିରି ଙ୍କ ପର୍ବ ପାଳିତ ସହିତ ଝାଙ୍କିରି ଉଦଘାଟିତ

ରାୟଗଡ,୨୯/୦୧(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ସଦର ରାୟଗଡା ବ୍ଲକ ର ପିତାମହଲ ଗ୍ରାମପଞ୍ଚାୟତ ର କନ୍ଧଖିଲସିମଗୁଡା ଗ୍ରାମରେ ମା ପାଲସିନିମା, ସିତମେ, ଉତମେ ଝାଙ୍କିରି ଙ୍କ ପର୍ବ ପାଳିତ ସହିତ ନୂତନ ଝାଙ୍କିରି ଉଦଘାଟିତ ଅତିଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି l ରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ପକ୍ଷରୀ ମା ପାଲସିନିମା, ସିତେମ, ଉତେମ ଙ୍କ ଝାଙ୍କରି ର ଉନ୍ନତିକରଣ ପରେ କନ୍ଧ ଖିଲସିମଗୁଡା ର କୁକଦେବତୀ ମା ପାଲସିନିମା, ସିତେମ, ଉତେମ ଝାଙ୍କରି ଙ୍କ ବାର୍ଷିକ ପରବ ଗତ କିଛି ଦିନ ମହାସମାରହ ରେ ପାଳିତ ହୋଇ ଆଜି ଉଦଯାପିତ ହୋଇଯାଇଛି l ଝାଙ୍କିରି ର ପୂଜକ ନୀତି ନିୟମ ମୁତାବକ ପୂଜାର୍ଚନା କରି ମା ଙ୍କୁ ଧୂପ ଦୀପ ପ୍ରଦାନ କରି ପୂଜା ର ସମାପ୍ତି କରିଥିଲେ l ଏହି ଉତ୍ସବ ରେ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ, ରାୟଗଡା ଜ଼ିଲ୍ଲା ବିଜେଡି ର ବରିଷ୍ଠ ସଂଗଠକ ୟାଲା କୋଣ୍ଡା ବାବୁ, ରାୟଗଡା ଲ୍ୟାମ୍ପ ସଭାପତି ଚକ୍ରଧର ବିଡ଼ିକା ବିନାୟକ ପୋଲାଈ, ଜ଼ିଲ୍ଲା ୟୁବ ୟୁବ ବିଜେଡି ସମ୍ପାଦକ କେ ଶ୍ରୀନିବାସ, ପି ମାନିରାତନ୍ନାମ, ସୁଧାକର କରକାରିଆ, ମୋହନ ବିଡ଼ିକା, ନାମଦେବ ମଣ୍ଡାଙ୍ଗୀ, ତାଡ଼ମା ସମିତି ସଭ୍ୟ ଚନ୍ଦ୍ରଶେଖର ନାଏବ ସରପଞ୍ଚ ଙ୍କ ସହିତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ l ଅତିଥି ମାନେ ଗ୍ରାମରେ ପହଁଚିଲା ପରେ ଗ୍ରାମ ବାସି ମାନେ ପାରମ୍ପରିକ ଆଦିବାସୀ ନାଚ ଗୀତ ବାଜା ବାଜଣା ମାଧ୍ୟମରେ ସ୍ୱାଗତ କରିଥିଲେ l ଆଦିବାସୀ ଙ୍କ କୁଳ ପ୍ରଥା ଅନୁଯାଇ ଗ୍ରାମକୁ ଯେଉଁ ବ୍ୟକ୍ତି ଅତିଥି ଭାବେ ଆସନ୍ତି ତାଙ୍କୁ ଭଗବାନ ଙ୍କ ରୂପ ମାନି ହଳଦୀ ପାଣିରେ ଗୋଡ଼ ଧୁଅନ୍ତି ଠିକ ସେହିପରି ଆଜି ଅତିଥି ଙ୍କୁ ଆଦିବାସୀ ଙ୍କ ରୀତି ମତି ନିୟମ ଅନୁଯାଇ ସ୍ୱାଗତ କରିଥିଲେ l ପରିଶେଷରେ ମାନଙ୍କ ଠାରେ ଅର୍ପିତ ପୂଜା ସାମଗ୍ରୀ କୁ ଗ୍ରାମବାସୀ ପ୍ରସାଦ ରୂପେ ସେବନ କରିଥିଲେ l