ରାୟଗଡା,(ଅମୁଲ୍ୟ ନିଶ) :ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବହୁ ଗୁରୁତ୍ୱ ଦେଇ ଆସୁଛନ୍ତି କିନ୍ତ ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନଥିବା ଦେଖାଯାଉଛି l ରାୟଗଡା ଜ଼ିଲ୍ଲା ସଦର ମୋହକୁମା ଠାରୁ ମାତ୍ର 7 କିଲୋମିଟର ଦୂରରେ ରାୟଗଡା ବ୍ଲକ ର କୋତାପେଟା ପଂଚାୟତ ର ଭାକୁରୁଗୁଡା ଗାଁ ରେ ଦେଖିବାକୁ ମିଳିଛି ବହୁ ଅସୁବିଧା l ଏହି ଗ୍ରାମ ରେ ପ୍ରାୟ ଆଦିବାସୀ ସମ୍ପ୍ରଦାୟ ର ଲୋକେ ବସବାସ କରନ୍ତି l ଏହି ଗ୍ରାମ ର ମୁଖ୍ୟ ରାସ୍ତା ତଥା ପ୍ରତ୍ୟକ ସାହିରେ ଡ୍ରେନ ନାଳ ପାଣି ଜମି ରହିଥିବା ର ଦେଖିବା କୁ ମିଳିଛି l ପ୍ରତ୍ୟକ ସାହିରେ ଡ୍ରେନ ଗୁଡିକ ମାଟିରେ ପୋତିହୋଯାଇଛି l ଡ୍ରେନ ପୋତି ହେବା ଯୋଙ୍ଗୁ ରାସ୍ତାରେ ପାଣି ଜମି ଅପରିଷ୍କାର ହେବା ସହିତ ମଛା ମାଛି ଉତ୍ପତି ହେବା ଦ୍ୱାରା ଜନସାଧାରଣ ବିଭିନ ପ୍ରକାର ର ରୋଗରେ ପୀଡିତ ହୋଇ ବାରମ୍ବାର ଡାକ୍ତରଖାନା କୁ ଯାଇ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମର ନାଏବ ସରପଞ୍ଚ ଜ୍ୟୋତି ହିମିରିକା, ହରି ହର ହିମରିକା,ରବି ହିମରିକା, ସଚିନ୍ଦ୍ର ହିମରିକା, ଈଶ୍ୱର ତାଡିଙ୍ଗି, କୃଷ୍ଣ ଉଲାକା କହିଛନ୍ତି l ନାଏବ ସରପଞ୍ଚ ଜ୍ୟୋତି କହିଛନ୍ତି ଯେ ପ୍ରତିମାସ ରର ପଂଚାୟତ ମିଟିଙ୍ଗ ରେ ଡ୍ରେନ ଖୋଳିବା ପାଇଁ ବାରମ୍ବାର ବାରମ୍ବାର ଉପସ୍ଥାପନା କରିଲେ ମଧ୍ୟ୍ୟ ସରପଞ୍ଚ ଶୁଣୁନାହାନ୍ତି ନିଜ ମନମୁତାବକ କକରିଆସୁଛନ୍ତି l ରାସ୍ତାରେ ପାଣି ଜମି ରହୁଥିବା ବିଷୟରେ ଆମେ ବ୍ଲକ ରେ ବିଡ଼ିଓ, ସରପଞ୍ଚ ଙ୍କୁ ବାରମ୍ବାର କହିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନନ୍ତି l ରାସ୍ତା କଡ଼ରେ ମଙ୍ଗଳ ବିଭାଗ ର ଏକ ଆଶ୍ରମ ସ୍କୁଲ ରହିଛି l ଏହି ସ୍କୁଲ ସାମ୍ନାରେ ପାଣି ଜମିରହୁଥିବାରୁ ହଷ୍ଟେଲ ତ ଛାତ୍ର ଛାତ୍ରୀ ବିଭିନ୍ନ ରୋଗରେ ପୀଡିତ ହେଉଥିବା ର ଗ୍ରାମ ବାସି ତଥା ସ୍କୁଲ ର ଜୈନିକ ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି l ଏହି ବିଷୟରେ ଗ୍ରାମବାସୀ ବିଧାୟକମକରନ୍ଦ ମୁଦୁଲି ଙ୍କ ଭାକୁର ଗୁଡା ଗସ୍ତ ସମୟରେ ଗ୍ରାମର ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ୍ୟ କହିଛନ୍ତି l ରାୟଗଡା ବ୍ଲକ ଗୋଷ୍ଠି ଉନୟନ ଅଧିକାରୀଙ୍କୁ ଏହି ସମସ୍ୟା ଉପରେ ପଚାରି ବାରୁ ମୁଁ ଏହି ବିଷୟରେ କିଛି ଜାଣିନାହିଁ ଖୁବ ଶୀଘ୍ର ସମସ୍ୟା ର ସମାଧାନ କରିବି ବୋଲି lଏହି ବିଷୟରେ ଆମେ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରୁ ଆମେ ଜାଣିଛୁ କାମ ହେବ ବୋଲି କହିଥିଲେ l