ରାୟଗଡା,(ଅମୁଲ୍ୟ ନିଶ) :ଜାତୀୟ ଯୁବ ଦିବସ ତଥା ବିଶ୍ୱରେ ଭାରତୀୟ ସଂସ୍କୃତିକୁ ଉଦଜୀବିତ କରାଇଥିବା ମହାନ ଆଧ୍ୟାତ୍ମିକ ଗୁରୁ, ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦ ଜୀ ଙ୍କ ଜନ୍ମ ତିଥିରେ ବିଷମକଟକ ବ୍ଲକ ର ଦୁର୍ଗୀ ଠାରେ ମା ମାଣିକେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟ ଗତ 12:ତାରିଖ ରୁ ଆରମ୍ଭ ହୋଇ ଆଜି 26ତାରିଖ ସାଧାରଣ ତନ୍ତ୍ର ଦିବସ ରେ ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ସର୍ବମୋଟ 16 ଗତି ଦଳ ଭାଗ ନେଇଥିଲେ l ଆଜିର ଏହି ଅନ୍ତିମ ଖେଳରେ ମୁନିଗୁଡା ଓ ଗୁଣୁପୁର ମଧ୍ୟରେ ମୁକାବିଲା ହୋଇଥିଲା ଏଥିରେ ମୁନିଗୁଡା ଦଳ ବିଜୟ ହୋଇ ଚମ୍ପିୟାନ ହୋଇଛନ୍ତି l ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ l ଫାଇନେଲ ଖେଳ ବିଜେତାଦଳ ମୁନିଗୁଡା କୁ ଟ୍ରଫି ସହିତ ନଗଦ 30ହଜାର ଓ ଉପବିଜେତା ଦଳ ଗୁଣୁପୁର କୁ ଟ୍ରଫିସହ ନଗଦ ରାଶି 20 ଟଙ୍କା ପ୍ରଦାନ କରିଥିଲେ l ଏଥି ସହିତ ମେନ ଅଫ ଦା ସିରିଜ, ବେଷ୍ଟ ବୋଲେର, ବେଷ୍ଟ ଫିଲଡର ଓ ବେଷ୍ଟ ବ୍ୟାଟ୍ସ ମେନ ଙ୍କୁ ମଧ୍ୟ୍ୟ କପ ସହିତ ନଗଦ ରାଶି ପ୍ରଦାନ କରିଛନ୍ତି l ଅଞ୍ଚଳବାସୀ ଙ୍କୁ ଭାଇଚାରା ରେ ବାନ୍ଧିରଖିବା ଏହି ଖେଳ ର ଉଦେଶ୍ୟ ବୋଲି ସୁଧୀର ଦାସ କହିଛନ୍ତି l ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁନିଗୁଡା ର ବରିଷ୍ଠ ବିଜେଡି ନେତା ରତନ ଲାଲ ଜୈନ, ପୁର୍ଣ ଚନ୍ଦ୍ର ଗୌଡ଼,ବିଷମକଟକ ଜ଼ିଲ୍ଲା ପରିଷଦ ସଭ୍ୟା ବିଜୟ ଶାନ୍ତି କୁମ୍ବ୍ରିକା, ବିଷମକଟକ ବ୍ଲକଅଧକ୍ଷା ଯଶୋଦା ହୁଇକା, ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ବିଭିନ୍ନ ପଂଚାୟତ ରୁ ସରପଞ୍ଚ ଓ ସମିତି ସଭ୍ୟା ସଭ୍ୟ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l