ଠାକୁରଗଡ଼,ଆଠମଲ୍ଲିକ,24/01(ବୁଲୁ ଦଳେଇ):ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରତାପ କୁମାର ସାହୁ (୫୮) ବର୍ଷ ଆଜି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା ଯକୃତ ଜନିତ ରୋଗ ରେ ପୀଡ଼ିତ ଥିଲେ। ସେ ୨୦୧୮ମସିହାରୁ 2022 ମସିହା ପର୍ଯ୍ୟନ୍ତ ଠାକୁରଗଡ଼ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦାୟିତ୍ୱରେ ରହି ପଞ୍ଚାୟତ ବାସୀଙ୍କ ପାଇଁ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ତାଙ୍କ ମର ଶରୀର ଠାକୁରଗଡ଼ ବାସଭବନ ରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ରେ ମରଶରୀର କୁ ଠାକୁରଗଡ଼ ଗ୍ରାମ ପରିକ୍ରମା କରିବା ପରେ ଗାଁ ମଶାଣୀ ରେ ସବ ସତ୍କାର କରା ଯାଇଥିଲା। ସାନ ପୁଅ ଡନ ମୁଖଂଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ 2 ପୁଅ ଓ 4ଭାଇ ଏବଂ ତାଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାୟ ଓ ଠାକୁରଗଡ଼ ସରପଞ୍ଚ ଚାରୁଲତା ମିଶ୍ର ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସଂତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।